Odisha Politics: କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର
Advertisement
Article Detail0/zeeodisha/odisha2103790

Odisha Politics: କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର

Odisha Politics: ସିନେମା ଏବଂ ବୟାନକୁ ନେଇ ଅନେକ ବାଦ ବିବାଦ ପରେ ଆଜି ଓଲିଉଡ ଅଭିନେତା ମନୋଜ ମିଶ୍ର କଂଗ୍ରେସର ହାତ ଧରିଛନ୍ତି ।

Odisha Politics: କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର

Actor Manoj Mishra: କିଛି ମାସ ତଳେ ବିବାଦରେ ଥିଲା ସମୟରେ ଅନେକ ଚର୍ଚ୍ଚା ଆଲୋଚନା ହେଉଥିଲା । ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେଉଥିବାର ଦେଖିବା ପରେ ଏହି ଚର୍ଚ୍ଚା ଆହୁରି ବଢିଥିଲା । ତେବେ ଆଜି ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଯାହା ଆଶା କରାଯାଉଥିଲା ତାହା ସତ ହେଲା । ରାଜନୀତି କରିବାର ଆଶା ନେଇ କଂଗ୍ରେସରେ ମିଶିଛନ୍ତି ଅଭିନେତା ମନୋଜ ମିଶ୍ର ।

ଆଜି ବିଧିବଦ୍ଧ ଭାବେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଯେଉଁଥିରେ ପିସିସି ସଭାପତି ଶତର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ପ୍ରଭାରୀ ଅଜୟ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସରେ ମିଶିବା ପରେ ମନୋଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ଆଗାମି ଭବିଷ୍ୟତରେ ଖୁବ୍ ଆଗକୁ ବଢିବ ଏବଂ ପଶ୍ଚିମ ଓଡ଼ିଶାକୁ ଖୁବ୍ ଆଗକୁ ବଢାଇବାର ଲକ୍ଷ ନେଇ କଂଗ୍ରେସରେ ଯୋଗଦାନ କରିଛି । କ୍ଷମତା ମିଳିଲେ ସଂଘର୍ଷ ଆରମ୍ଭ ହେବ । ମୁଁ ଜଣେ ନେତା ନୁହେଁ ବରଂ ସେବକ ହିସାବରେ ଜନସାଧାରଣଙ୍କ ସେବା କରିବି । ତେବେ ମନୋଜ ଆଗାମି ନିର୍ବାଚନରେ ଲଢିବେ କି ନାହିଁ ସେକଥା ଦଳର ମୁଖିଆ ନିର୍ଣ୍ଣୟ କରିବେ ବୋଲି ମନୋଜ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଓଲିଉଡ ଅଭିନେତା ଅରିନ୍ଦମ ରୟ ଏବଂ ମନୋଜ ମିଶ୍ରଙ୍କ କଳି ଦେଖିବାକୁ ମିଳିଥିଲା । ଉଭୟେ ପରସ୍ପରଙ୍କ ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା ।

Also Read- Surya Gochar 2024: ସୂର୍ଯ୍ୟ ଏବଂ ଶନିଙ୍କ ପ୍ରଭାବ... ଏହି ୫ଟି ରାଶିକୁ ବଡ଼ ଲାଭ

Also Read- Mars Transit 2024: ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ୫ଟି ରାଶିକୁ ବଡ଼ ଫାଇଦା