ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଏହି ସବୁ ଦାବି ପୁରଣ କରିବେ ସରକାର...
Advertisement
Article Detail0/zeeodisha/odisha2451229

ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଏହି ସବୁ ଦାବି ପୁରଣ କରିବେ ସରକାର...

ଗତକାଲି ରାତି ୧୧ଟାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜିଠୁ ସ୍ବାଭାବିକ ହୋଇଛି ସ୍ବାସ୍ଥ୍ୟସେବା । ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଏହି ସବୁ ଦାବି ପୁରଣ କରିବେ ସରକାର...

ଭୁବନେଶ୍ଵର: ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର। ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ। ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ। 

୧୦ଦଫା ଦାବି ପୂରଣ ପାଇଁ ନର୍ସିଂ କର୍ମଚାରୀମାନେ ଚାରି ଦିନ ଧରି ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ସରକାର ସେମାନଙ୍କ ବିରୁଦ୍ଧରେ ଏସମା ଲାଗୁ କରିଥିଲେ ମଧ୍ୟ ଆନ୍ଦୋଳନରୁ ଓହରି ନଥିଲେ। ନର୍ସିଂ ଅଫିସର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବ୍ଯାପକ ଭାବେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। 

ଗତକାଲି ରାତି ୧୧ଟାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜିଠୁ ସ୍ବାଭାବିକ ହୋଇଛି ସ୍ବାସ୍ଥ୍ୟସେବା । ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି। ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ। 

ଅଧିକ ପଢନ୍ତୁ...

ସୁଭଦ୍ରା ପାଇଁ ବଡ଼ ଖବର; କେବେ ମିଳିବ ଟଙ୍କା, ଆଜି ତାରିଖ ଘୋଷଣା କରିବେ ଉପ-ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୁରା...

https://zeenews.india.com/hindi/zeeodisha/state-news/subhadra-yojana-second-loan-amount-how-to-received/2449185