ନୂତନ ପ୍ରଜାତିର ମାଛକୁ ନେଇ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାଛ ଏବେ ବଜାରରେ ଉପଲବ୍ଧ ହେଉଛି । ଯାହାର ଦାମ ବି ଆପଣଙ୍କୁ ଚକିତ କରିଦେବା ଭଳି ହୋଇଥିବା ବେଳେ ଏହାର ଚାହିଦା ସବୁଠାରୁ ଅଧିକା ରହିଛି । ସାଧାରଣତଃ ମାଛ ଠାରୁ ଏହି ମାଛ ଦେଖିବାକୁ ଆକାରରେ ସମାନ୍ୟ ଅଲଗା ରହିଥିଲେ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଉଛି ।
Trending Photos
ଗଞ୍ଜାମ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (Berhampur University)ର ପ୍ରାଣୀ ବିଜ୍ଞାନ ବିଭାଗ ଏମଏସଇବି ଗବେଷଣା ଗାର ପକ୍ଷରୁ ଏକ ନୂତନ ପ୍ରଜାତିର ମାଛ (fish) (ଆୱାସ ମୋଟଲା) ଚିହ୍ନଟ କରାଯାଇଛି। ପ୍ରାଣୀ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟ କିଶୋର ସେଟ୍ ଏବଂ ତାଙ୍କ ଗବେଷଣକ ଦଳ ଏହି ମାଛଟି ୧୩ ଜୁନ ୨୦୨୨ ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଠାରେ ଥିବା ମହାନଦୀ ଓ ତେଲ ନଦୀ ମିଶ୍ରଣ ସ୍ଥାନରୁ ସଂଗ୍ରହ କରିଥିଲେ । ସ୍ଥାନୀୟ ଲୋକଙ୍କ ପ୍ରକାରେ ଏହି ମାଛ ଟିର ନାମ ରଖାଯାଇଛି । ଏହି ମାଛଟିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜୟ କିଶୋର ସେଟ୍, ଗବେଷକ, ଗବେଷିକା ସନ୍ମିତ୍ର ରୟ, ସମୀର ଶୂର, ଦିଲରାଜ୍ ପୁଆଲା ଏହି ମାଛକୁ ପ୍ରାୟ ଦେଢ଼ ବର୍ଷ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ ।
ଏହି ମାଛଟି ଭିନ୍ନ ପ୍ରଜାତିର ହୋଇଥିବାରୁ ଅଧିକ ଏହାର ବିଷୟ ଜାଣିବା ପାଇଁ ଗୋପାଳପୁର (Gopalpur) ସ୍ଥିତ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଅନିଲ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ରଙ୍କ ମିଳିତ ଭାବରେ ଗବେଷଣା କରିଥିଲେ। ଏହି ମାଛଟିର ଆଖିଟି ୬. ୬ ରୁ ୮.୪ ଡାଇମିଟର, ପ୍ରିଡୋର୍ସାଲ କାତି ୧୩ ରୁ ୧୫, ଲଙ୍ଗିଚୁଡ଼ିନାଲ କାତି ୧୩ରୁ ୧୫, ଗିଲ ରାକେର ୨ ରୁ ୧ରୁ ୭ ସ୍ତର ରହିଛି । ମାଛଟିର ଉପର ମାଢିର ଗୋଟିଏ ଦାନ୍ତ ରହିଥିବା ବେଳେ ତଳ ମାଢିରେ ୨ ରୁ ୩ ଧାଢ଼ି ଦାନ୍ତ ରହିଛି । ଏହି ଦାନ୍ତ ଗୁଡିକ ମୁନିଆ ଓ ଶକ୍ତ । ଡିଏନଏ ପରୀକ୍ଷାରୁ ୮.୩ ରୁ ୧୩.୮ ପ୍ରତିଶତ ଅନ୍ୟ ମାଛ ଠାରୁ ଅଲଗା ରହିଛି । ଏହି ମାଛର ରଙ୍ଗ ହଳଦିଆ ରହିଥିବା ବେଳେ ବିଷାକ୍ତ ନୁହେଁ । ଏହି ମାଛକୁ ଲୋକେ ଖାଇଥାନ୍ତି । ଏହି ମାଛଟିର ବଜାର ଚାହିଦା ଅଧିକ ରହିଥିବାରୁ କିଲୋ ପିଛା ୬୦୦ ରୁ ୮୦୦ ଟଙ୍କା ରହିଛି। ଶୁଖୁଆ ଶୈଳୀର ଭିନ୍ନ ଏବଂ ଶୁଆଦିଆ ଅଟେ । ଓଡ଼ିଶା ସରକାର ବିଜ୍ଞାନ ଓ ପ୍ରଯୁକ୍ତି ଵିଦ୍ୟା ବିଭାଗ ଗବେଷଣା ପାଇଁ ଅନୁଦାନ ରାଶି ପ୍ରଦାନ କରିଥିଲେ । ଅନ୍ତର୍ଜାତିକ ଗବେଷଣା ପତ୍ରିକା ଜୋନାଲ ଅଫ ଫିସ ବାଇଓଲୋଜିରେ ପ୍ରକାଶ ପାଇଛି । ଏ ନେଇ ଡ଼. ସେଟ ଙ୍କ ସହ ଯୋଗାଯୋଗ ବେଳେ ବିଭାଗ ପକ୍ଷରୁ ପ୍ରଥମ ଥର ଏହି ପ୍ରଜାତିର ମାଛ ପରୀକ୍ଷା ନିରୀକ୍ଷା କରି ଚିହ୍ନଟ କରାଯାଇଛି । ମାଛର ଖାଦ୍ୟ, ରହଣି ଓ ସଂରକ୍ଷଣ ଉପରେ ଅଧିକ ରିସର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରାଣୀ ବିଜ୍ଞାନ ବିଭାଗର ଗବେଷଣାକୁ ଉଚ୍ଚ ପ୍ରଶଂସା କରିବା ସହ ଅଧିକ ଗବେଷଣା ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିବା ସହ ଗବେଷଣା ଜାରି ରଖିବାକୁ କହିଛନ୍ତି ।
Also Read- Black Potato Farming: କଳା ଆଳୁ ଚାଷ କୃଷକଙ୍କୁ ଦେଉଛି ଲାଭ
Also Read- Onion Price Hike: କମିବାର ନାଁ ନେଉନି ପିଆଜ ଦର, ଗ୍ରାହକ ଅସନ୍ତୋଷ