New education policy: ନୂଆ ଜାତୀୟ ଶିକ୍ଷାନୀତି ୨୦୨୦ ମୁତାବକ ୩ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି । ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା । ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ। ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି।
Trending Photos
ଭୁବନେଶ୍ଵର: ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷରୁ ସ୍ନାତକ (ୟୁଜି)ରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା। ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ୪ ବର୍ଷିଆ ସ୍ନାତକ ପାଠପଢ଼ା ହେବ।
ନୂଆ ଜାତୀୟ ଶିକ୍ଷାନୀତି ୨୦୨୦ ମୁତାବକ ୩ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି । ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା । ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ। ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି। ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ସ୍ତରକୁ ନେଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେବ। ପୂର୍ବରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ସ୍ତରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି।