ଇ- କେଓ୍ୱାଇସି ସରିଲେ ନୂଆ କାର୍ଡ, ୨୦ ପ୍ରତିଶତରୁ ଅଧିକ ଫର୍ଜରୀ
Advertisement
Article Detail0/zeeodisha/odisha2414867

ଇ- କେଓ୍ୱାଇସି ସରିଲେ ନୂଆ କାର୍ଡ, ୨୦ ପ୍ରତିଶତରୁ ଅଧିକ ଫର୍ଜରୀ

Odisha news: ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଇକେଓ୍ୱାଇସି ପ୍ରକ୍ରିୟାରେ ୪୪ ଲକ୍ଷ ୩୩ ହଜାର କାର୍ଡ ଯାଞ୍ଚ କାର୍ଯ୍ୟ ଶେଷ ହେଲାଣି। ସେଥିରୁ ପ୍ରାୟ ୨୦ରୁ ୨୫ ପ୍ରତିଶତ ଜାଲ୍‍ କାର୍ଡ ବୋଲି ତାଙ୍କ ପାଖରେ ଖବର ରହିଥିବା ସେ ସୂଚନା ଦେଇଛନ୍ତି। ତେବେ ସମସ୍ତ ତଥ୍ୟ ଆସିବା ପରେ ନୂତନ କାର୍ଡ ପ୍ରଦାନ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଏ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର। ଏବେ ୧୦ ଲକ୍ଷ ନୂଆ ଆବେଦନକର୍ତ୍ତା ରାସନ କାର୍ଡ ଅପେକ୍ଷାରେ ଥିବା ସେ ସୂଚନା ଦେଇଛନ୍ତି। 

ଇ- କେଓ୍ୱାଇସି ସରିଲେ ନୂଆ କାର୍ଡ, ୨୦ ପ୍ରତିଶତରୁ ଅଧିକ ଫର୍ଜରୀ
ଭୁବନେଶ୍ୱର: ରାସନ କାର୍ଡ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ପୂର୍ବ ସରକାର ସମୟରେ ଏପରି ହୋଇଥିବା ଅଭିଯୋଗ ଆସିବାରୁ ଏବେ ହିତାଧିକାରୀଙ୍କ କେଓ୍ୱାସି କରାଯାଉଛି। ଏହା ଆଧାର ଭିତ୍ତିକ ଇ କେଓ୍ୱାସି ଯୋଜନା। ଏହି କେଓ୍ୱାଇସି କାର୍ଯ୍ୟ ଶେଷ ହେବା ପରେ ରାଜ୍ୟରେ  ନୂଆ ରାନ କାର୍ଡ ଆବେଦନ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି  ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 
ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଇକେଓ୍ୱାଇସି ପ୍ରକ୍ରିୟାରେ ୪୪ ଲକ୍ଷ ୩୩ ହଜାର କାର୍ଡ ଯାଞ୍ଚ କାର୍ଯ୍ୟ ଶେଷ ହେଲାଣି। ସେଥିରୁ ପ୍ରାୟ ୨୦ରୁ ୨୫ ପ୍ରତିଶତ ଜାଲ୍‍ କାର୍ଡ ବୋଲି ତାଙ୍କ ପାଖରେ ଖବର ରହିଥିବା ସେ ସୂଚନା ଦେଇଛନ୍ତି। ତେବେ ସମସ୍ତ ତଥ୍ୟ ଆସିବା ପରେ ନୂତନ କାର୍ଡ ପ୍ରଦାନ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଏ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର। ଏବେ ୧୦ ଲକ୍ଷ ନୂଆ ଆବେଦନକର୍ତ୍ତା ରାସନ କାର୍ଡ ଅପେକ୍ଷାରେ ଥିବା ସେ ସୂଚନା ଦେଇଛନ୍ତି। 
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟର ୪୧ ହଜାରରୁ ଅଧିକ ରାସନ କାର୍ଡ ପାଇଥିବା ହିତାଧିକାରୀ ନିଜ କାର୍ଡକୁ ଆଧାର ସଂଯୋଗ କରିନାହାନ୍ତି। ଏବେ ଯାଏ ସମୁଦାୟ ୯୫ ଲକ୍ଷ ୮୧ ହଜାର ୭୨୮ ରାସନ କାର୍ଡ ବଣ୍ଟନ କରାଯାଇଛି ଯେଉଁଥିରୁ ୯୫ ଲକ୍ଷ ୪୦ ହଜାର ୨୩୧ କାର୍ଡ ଅର୍ଥାତ୍‍ ୯୬ ପ୍ରତିଶତ ଆଧାର ସଂଯୋଗ ହୋଇଛି। କିନ୍ତୁ ଆଧାର ସଂଯୋଗ ହୋଇଥିବା ଅନେକ ହିତାଧିକାରୀଙ୍କ ରାସନକୁ ଅନ୍ୟମାନେ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏପରିକି ଜାଲ ଆଧାର ସଂଯୋଗ ହୋଇଥିବା ନେଇ ମଧ୍‍ୟ ଅଭିଯୋଗ ହୋଇଛି। ଏହିକ୍ରମରେ ରାଜ୍ୟ ସରକାର ଅଗଷ୍ଟ ୨୨ ତାରିଖରୁ ରାଜ୍ୟରେ ଇ-କେଓ୍ୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାରେ ବାୟୋମାଟ୍ରିକ୍‍ ପଦ୍ଧତ୍ତିରେ ପ୍ରକୃତ ଗ୍ର୍ରାହକ ତଥା ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଆଧାର ସଂଯୋଗ ଥିବା କାର୍ଡ ଧାରକଙ୍କୁ ତାଙ୍କ ପରିଚୟ ଯାଞ୍ଚ କରାଯାଉଛି। ଫଳରେ ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ ଏବଂ ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।