Naveen writes Letter to CM: ନବୀନ ମାରିଲେ ବାଣ: ଶ୍ରୀ ବଳଭଦ୍ରଙ୍କ ପହଣ୍ଡିରେ ଅଘଟଣ ନେଇପାରେ ରାଜନୀତିକ ମୋଡ଼
Advertisement
Article Detail0/zeeodisha/odisha2331696

Naveen writes Letter to CM: ନବୀନ ମାରିଲେ ବାଣ: ଶ୍ରୀ ବଳଭଦ୍ରଙ୍କ ପହଣ୍ଡିରେ ଅଘଟଣ ନେଇପାରେ ରାଜନୀତିକ ମୋଡ଼

ସରକାର ତଥା ମନ୍ତ୍ରିମଣ୍ଡଳକୁ ସମାଲୋଚନା କରିଛନ୍ତି ନବୀନ। ସେ କହିଛନ୍ତି ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ହାଲୁକା ମନ୍ତବ୍ର ଦେଇଛନ୍ତି, ଯାହା ଅଗ୍ରହଣୀୟ। ଏଣୁ ମୁଖ୍ୟମନ୍ତ୍ରୀ ନିଜେ ଏହାର ଦାୟିତ୍ୱ ନେଇ ଯେମିତି ଆଗକୁ ଏଭଳି ଅଘଟଣ ନଘଟିବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ।

Naveen writes Letter to CM: ନବୀନ ମାରିଲେ ବାଣ: ଶ୍ରୀ ବଳଭଦ୍ରଙ୍କ ପହଣ୍ଡିରେ ଅଘଟଣ ନେଇପାରେ ରାଜନୀତିକ ମୋଡ଼

Naveen writes Letter to CM: ଭୁବନେଶ୍ୱର: ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଶ୍ରୀ ବଳଭଦ୍ର ପଡ଼ିଯିବା ଘଟଣା ମୋହନ ମାଝିଙ୍କ ସରକାରଙ୍କୁ ବିଚଳିତ କରିପାରେ। ଏଥିଲାଗି ବିରୋଧୀ ଦଳ ପୂର୍ଣ୍ଣ ପ୍ରସ୍ତୁତ ଥିବା ଦଳୀୟ ନେତା ନବୀନ ପଟ୍ଟନାୟକ ଇଙ୍ଗିତ ଦେଇଛନ୍ତି।  ଏ ଘଟଣାକୁ ନେଇ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ତଥା  ସେ ନିଜେ ଅତ୍ୟନ୍ତ ବ୍ୟଥିତ ବୋଲି ଦର୍ଶାଇ ଏକ ଚିଠି ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି। ଏହାକୁ ନେଇ ବିଜେପି ମହଲ ଅସ୍ତବ୍ୟସ୍ତ ହୋଇଛନ୍ତି। ନବୀନଙ୍କ ସମୟରେ ଅନେକ ଅଘଟଣ ଘଟିଥିଲା ବୋଲି କହି ଖସିଯିବାକୁ ଚାହିଁଛନ୍ତି।

ଏଥର ରଥଯାତ୍ରାର ତିଥିରେ ନବ ଯୌବନ ବେଶ ଓ ନେତ୍ରୋତ୍ସବ ପଡ଼ିଥିବାରୁ ଏହାକୁ ଅନନ୍ୟ ବୋଲି ପ୍ରଚାର କରିଥିଲେ ରାଜ୍ୟ ସରକାର। ଏକ ବିରଳ ତିଥି ହୋଇଥିବାରୁ ଏହି ବର୍ଷ ଅଧିକ ଭକ୍ତ ହେବାର ଆଶା କରାଯାଇଥିଲା। କିନ୍ତୁ  ବିଭ୍ରାନ୍ତ ଭାବେ ଏହାକୁ ଦୁଇଦିନିଆ ରଥଯାତ୍ରା ଭାବେ ପ୍ରଚାର କରାଯାଇଥିଲା। କାରଣ ଏହା ପୂର୍ବରୁ ଅନେକ ଥର ରଥଟଣା ଦୁଇଦିନ ହେବାର ନଜୀର ରହିଛି। 

ଅପରପକ୍ଷେ ଉଭୟ ଜିଲ୍ଲାପାଳ ଏବଂ ଏସ୍‍ପିଙ୍କ ଅଭିଜ୍ଞତା ଅଭାବ କାରଣରୁ ଭିଡ଼ ନିୟନ୍ତ୍ରଣକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସେବାୟତଙ୍କ ମନମୁଖୀ ଆଚରଣ ଅଧିକ  ହୋଇଥିବା ମଧ୍ୟ ପ୍ରକାରାନ୍ତେ ସ୍ୱୀକାର କରିଛନ୍ତି ଗଜପତି ମହାରାଜା। ଏହି କାରଣରୁ କିଛି ବିଭ୍ରାଟ ମଧ୍ୟ ଘଟିଥିବା ନେଇ ପରିଚାଳନା କମିଟିରେ ଆଲୋଚନା ହୋଇଛି। 

ମିଳିଥିବା ସୂଚନା ଅନୁସାରେ ନୂଆ ପିଢ଼ିର ସେବାୟତ ଓ ପୁରୁଣା ପିଢ଼ିର ସେବାୟତଙ୍କ ଭିତରେ ମୋବାଇଲ୍‍ ବ୍ୟବହାରକୁ ନେଇ ଅନେକ ଯୁକ୍ତ ତର୍କ ହୋଇଥିଲା। ସେଲ୍ଫି ଉଠାଇବାକୁ ନେଇ ଭିଡ଼ ଜମିବାରୁ ଠାକୁରଙ୍କ ପହଣ୍ଡିରେ ବିଭ୍ରାଟ ଘଟିଥିଲା ବୋଲି ଅଭିଯୋଗ ହୋଇଛି। କିଛି ସେବାୟତ ଅବହେଳା କରି ବଳଭଦ୍ରଙ୍କ ପହଣ୍ଡି ସମୟରେ ଧ୍ୟାନ ଚ୍ୟୁତ ହେବା ହେତୁ ଭଗବାନ ମୁହଁ ମାଡ଼ି ପଡ଼ି ଯାଇଥିଲେ। ଏହାକୁ ସେବାୟତବର୍ଗ ହାଲୁକା ଭାବେ ଗ୍ରହଣ କରୁଥିଲେ ମଧ୍ୟ ଜନ ସାଧାରଣଙ୍କ ଆବେଗ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବା ରାଜ୍ୟ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଆଜି ବିରୋଧୀ ଦଳକୁ ଦୁଇଦିନ ପରେ ମୁହଁ ଖୋଲିବାକୁ ସୁଯୋଗ ଦେଇଛି। 

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ବିରୋଧୀ ଦଳ ନେତା ନବୀନ ପଟ୍ଯନାୟକ ଲେଖିଥିବା ପତ୍ରରେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ସାରା ବିଶ୍ୱର କୋଣ ଅନୁକୋଣରେ ରଥଯାତ୍ରା  ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହା ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ବ୍ୟଥିତ କରିଛି।   

 ନେଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେ ଏନେଇ ଏକ ଚିଠି ଲେଖିଛନ୍ତି। ଏଥିରେ କହିଛନ୍ତି, ଶ୍ରୀମନ୍ଦିର ଇତିହାସରେ ଏମିତି ଅଘଟଣ କେବେ ଦେଖାଯାଇ ନଥିଲା। ଏହା ସମଗ୍ର ହିନ୍ଦୁ ସମାଜକୁ ବ୍ୟଥିତ କରିଛି। ସେ ମଧ୍ୟ ଏଥିରେ ବ୍ୟଥିତ ଥିବା ଦର୍ଶାଇ ଏପରିସେ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇଥିବା ଉଲ୍ଲେଖ କରିଛନ୍ତି। 

ରଥଯାତ୍ରାର ହଜାର ହଜାର ବର୍ଷର ଇତିହାସରେ ଏହିଭଳି  ଅଘଟଣ କେବେ ଘଟି ନଥିଲା ଏବଂ ଏଭଳି ହୃଦୟ ବିଦାରକ ଘଟଣାକୁ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରି ହେଲା ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା। 

ଏ ଘଟଣାରେ ସରକାର ତଥା ମନ୍ତ୍ରିମଣ୍ଡଳକୁ ସମାଲୋଚନା କରିଛନ୍ତି ନବୀନ। ସେ କହିଛନ୍ତି ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ହାଲୁକା ମନ୍ତବ୍ର ଦେଇଛନ୍ତି, ଯାହା ଅଗ୍ରହଣୀୟ। ଏଣୁ ମୁଖ୍ୟମନ୍ତ୍ରୀ ନିଜେ ଏହାର ଦାୟିତ୍ୱ ନେଇ ଯେମିତି ଆଗକୁ ଏଭଳି ଅଘଟଣ ନଘଟିବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ।

ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଆଜି ଗଣମାଧ୍ୟମରେ ମୁଖ୍ୟ ଖବର ଭାବେ ଚାଲୁଛି।  ଅପରପକ୍ଷେ ରାଜ୍ୟ ମନ୍ତ୍ରି ମଣ୍ଡଳ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। କିନ୍ତୁ ବିଜେପିତର ନେତାମାନେ ଏ ପ୍ରସଙ୍ଗ ଅପେକ୍ଷା ଇତିହାସକୁ ଓଲଟାଉଛନ୍ତି।  ପୂର୍ବ ବର୍ଷ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିରେ ମଧ୍ୟ ଏମିତି ଏକ ଅଭାବନୀୟ କାଣ୍ଡ ଘଟିଥିଲା ବୋଲି କହି କଥାକୁ ଏଡ଼ାଇବାକୁ ଚାହିଁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ପୂର୍ବର୍ଷର ଘଟଣା ଯଦି ଆଖିରେ ଥିଲା ତେବେ ସେଥିପ୍ରତି ଯତ୍ନବାନ ରହିବାକୁ ପରିଚାଳନା କମିଟିକୁ ସରକାର ନିର୍ଦ୍ଦେଶ ଦେଇଥିଲେ କି?

ଦ୍ୱିତୀୟରେ  ଶାସକ ଦଳ ଘଟଣାକୁ ନିଜର  ପରିଚାଳନାଗତ ତ୍ରୁଟି ଭାବେ ଗ୍ରହଣ କନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗ ଆଦି ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହା ରଥଯାତ୍ରା ପହଣ୍ଡି ସହ କୌଣସି ସମ୍ବନ୍ଧ ରକ୍ଷା କରେ ନାହିଁ। ବରଂ ଦଇତା ଓ ସାବାୟତ ସମ୍ପ୍ରଦାୟରେ ରାଜନୀତିକ ବାଡ ତଥା ଅହଙ୍କାର ବୃଦ୍ଧି ଏପରି ଅଭାବନୀୟ ଘଟଣା ଲାଗି ଦାୟୀ ବୋଲି ଚର୍ଚ୍ଚା ହେଉଛି। ଯଦି ସରକାର ଏ ଦିଗରେ ଧ୍ୟାନ ନ ଦିଅନ୍ତି ତେବେ ଯେଉଁ ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷାକୁ ଧ୍ୟାନ ଦେଇ ବିଜେପି ସରକାରକୁ ଆସିଛି, ତାହା ଆଗକୁ ୟୁ ଟର୍ନ ରୂପ ନେଇପାରେ।