ଚିଲିକା ଉପରେ ଯିବ ଜାତୀୟ ରାଜପଥ! ପୋଲ ନିର୍ମାଣ ସର୍ବେକ୍ଷଣ ଲାଗି ଆଦେଶ
Advertisement
Article Detail0/zeeodisha/odisha2548116

ଚିଲିକା ଉପରେ ଯିବ ଜାତୀୟ ରାଜପଥ! ପୋଲ ନିର୍ମାଣ ସର୍ବେକ୍ଷଣ ଲାଗି ଆଦେଶ

Chilika: ଭାରତମାଳା ପ୍ରକଳ୍ପ ଅଧୀନରେ ଉପକୂଳ ଜାତୀୟ ରାଜପଥ ନିର୍ମାଣ ଲାଗି କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୧୯ ମସିହାରୁ ଏହି ପ୍ରକଳ୍ପ କିନ୍ତୁ ଓଡ଼ିଶାରେ କାର୍ଯ୍ୟ କରିପାରୁ ନାହିଁ। ପରିବେଶ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ଏହାର ମୁଖ୍ୟ କାରଣ ହୋଇଛି। 

National Highway to go over Chilika

ଭୁବନେଶ୍ୱର: ଅନେକ ଦିନ ହେଲା ପଡ଼ି ରହିଥିବା ଗୋପାଳପୁର-ସାତପଡ଼ା ରାସ୍ତା ସଂଯୋଗ ପ୍ରକଳ୍ପ ଲାଗି  ପୁଣିଥରେ ତତ୍ପର ହୋଇଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଚିଲିକାର ଛାତି ଉପରେ ଏହି ରାଜପଥ ଯିବ।  ପ୍ରାୟ ୨୯୫ କିଲୋମିଟର ଏହି ରାଜପଥ ପାଇଁ ଚିଲିକା ଉପରେ ପୋଲ ନିର୍ମାଣ କେତେ ସମ୍ଭବ ତାହାକୁ ସର୍ବେକ୍ଷଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶର ଏକ ପ୍ରକଳ୍ପ କନ୍‍ସଲଟାନ୍ସୀ ସଂସ୍ଥାକୁ ଆଦେଶ ଦେଇଛନ୍ତି। 

ଏହି ଆଦେଶ ପତ୍ର ଅନୁସାରେ ସଂସ୍ଥାକୁ ୫୧୬ (କ) ଜାତୀୟ ରାଜପଥର ଏହି ଅଂଶକୁ ନିର୍ମାଣ ପାଇଁ  ଡିସେମ୍ବର ୧୧ ତାରିଖ ସୁଦ୍ଧା ଡ୍ରୋନ ସର୍ବେକ୍ଷଣ ଏବଂ ଏବଂ ଅନ୍ୟ ପସ୍ତାବ ପଠାଇବାକୁ କୁହାଯାଇଛି। 

fallback

ଭାରତମାଳା ପ୍ରକଳ୍ପ ଅଧୀନରେ ଉପକୂଳ ଜାତୀୟ ରାଜପଥ ନିର୍ମାଣ ଲାଗି କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୧୯ ମସିହାରୁ ଏହି ପ୍ରକଳ୍ପ କିନ୍ତୁ ଓଡ଼ିଶାରେ କାର୍ଯ୍ୟ କରିପାରୁ ନାହିଁ। ପରିବେଶ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ଏହାର ମୁଖ୍ୟ କାରଣ ହୋଇଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏ ପ୍ରକଳ୍ପ ପାଇଁ ଭାଗ୍ୟ ଖୋଲିପାରେ।  ଅପରପକ୍ଷେ ରାଜ୍ୟ ସରକାରଙ୍କ ଅନୁମୋଦନ ସହ କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ପରେ ବିଚାରକୁ ନିଆଯିବ ବୋଲି କୁହାଯାଇଛି।