Nandankanan: ରାତିରେ ଖୋଲିଲା ନନ୍ଦନକାନନ, ନାଇଟ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମର ମଜା ନେଲେ ପର୍ଯ୍ୟଟକ
Advertisement
Article Detail0/zeeodisha/odisha2150464

Nandankanan: ରାତିରେ ଖୋଲିଲା ନନ୍ଦନକାନନ, ନାଇଟ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମର ମଜା ନେଲେ ପର୍ଯ୍ୟଟକ

Nandankanan: ପ୍ରଥମଥର ପାଇଁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ ଆଉଟ ଆଟ ଜୁ’ (Night Out at Zoo) । ପ୍ରଥମ ରାତିରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ବ୍ୟାଟେରୀ ଚାଳିତ ଗାଡ଼ିରେ ନନ୍ଦନକାନନ ବୁଲିଥିଲେ । ଏହାସହ ରାତିରେ ବାଘ, ଭାଲୁ, ହରିଣ, ପେଚା, ସାପ, ବେଙ୍ଗ ଆଦି ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ପ୍ରାଣୀ ଉଦ୍ୟାନରେ କର୍ମଚାରୀ ମାନେ ବୁଝାଥିଲେ ।

Nandankanan: ରାତିରେ ଖୋଲିଲା ନନ୍ଦନକାନନ, ନାଇଟ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମର ମଜା ନେଲେ ପର୍ଯ୍ୟଟକ

Nandankanan Night Out at Zoo Programme: ରାତିରେ ଖୋଲିଲା ନନ୍ଦନକାନନ (Nandankanan) । ପ୍ରଥମଥର ପାଇଁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ ଆଉଟ ଆଟ ଜୁ’ (Night Out at Zoo) । ପ୍ରଥମ ରାତିରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ବ୍ୟାଟେରୀ ଚାଳିତ ଗାଡ଼ିରେ ନନ୍ଦନକାନନ ବୁଲିଥିଲେ । ଏହାସହ ରାତିରେ ବାଘ, ଭାଲୁ, ହରିଣ, ପେଚା, ସାପ, ବେଙ୍ଗ ଆଦି ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ପ୍ରାଣୀ ଉଦ୍ୟାନରେ କର୍ମଚାରୀ ମାନେ ବୁଝାଥିଲେ ।

ଖବର ଅନୁଯାୟୀ, ନନ୍ଦନକାନନ ପହଁଞ୍ଚିବା ପରେ ପ୍ରଥମେ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରାଯାଇଥିଲା । ଏଥିସହ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା । ପର୍ଯ୍ୟଟକମାନେ ମହାବଳ ବାଘ, ଭାଲୁ, କଲରାପତରିଆ ବାଘ, ଜଙ୍ଗଲୀ କୁକୁର, କୋକିଶିଆଳି, ବିଲୁଆ, ହେଟାବାଘ, ଚିତା, ବିରାଡ଼ି, ଉଭୟଚର ପ୍ରାଣୀ, ସରୀସୃପ ଉଦ୍ୟାନ ଆଦି ବୁଲି ଦେଖିଥିଲେ । ରାତିରେ ଏହିସବୁ ପ୍ରାଣୀଙ୍କ ଜୀବନଶୈଳୀ ଉପରେ ପର୍ଯ୍ୟଟକମାନଙ୍କୁ ଶିକ୍ଷା ଦେବା ଏହି କାର୍ଯ୍ୟକ୍ରମ ମୂଳ ଉଦ୍ଦେଶ୍ୟ ଅଟେ । ଏନେଇ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ଦିଆଯାଇଛି । ଏକା ସହ ୨୦ ଜଣ ପର୍ଯ୍ୟଟକ ବ୍ୟାଟେରୀ ଗାଡ଼ିରେ ବୁଲିବାର ବ୍ୟବସ୍ଥା ରହିଛି । ଜଣକ ପିଛା ଟିକେଟ୍ ମୂଲ୍ୟ ୨୫୦ ଟଙ୍କା ରହିଛି । ରାତିରେ ନନ୍ଦନକାନନ ବୁଲିବା ପାଇଁ ଚାହୁଁଥିଲେ www.nandankanan.org ମାଧ୍ୟମରେ ଅନଲାଇନ ପଞ୍ଜୀକରଣ କରି ଏହାର ମଜା ଉଠାଇପାରିବେ ।

ପ୍ରକାଶ ଥାଉ କି,  ନନ୍ଦନକାନନ ବୁଲିବା ବେଳେ କୌଣସି ବ୍ୟାଗ, ଫଟୋ ଓ ଭିଡ଼ିଓ ରେକର୍ଡ଼ିଂ ସାମଗ୍ରୀ କିମ୍ବା ଅନ୍ୟ କିଛି ଜିନିଷ ସାଙ୍ଗରେ ନେବାକୁ ଅନୁମତି ନାହିଁ । ଏହାସହ ବୁଲିବା ସମୟରେ ଭିଡ଼ିଓଗ୍ରାଫି କିମ୍ବା ଫଟୋଗ୍ରାଫି ପାଇଁ ଅନୁମତି ନାହିଁ ।