PNB fraud case: ମେହୁଲ ଚୋକସିଙ୍କ ୨୫୬୫ କୋଟି ଟଙ୍କାର ସମ୍ପତ୍ତି ହେବ ନିଲାମ, ପୀଡିତମାନେ ପାଇବେ ଏହି ଟଙ୍କା
Advertisement
Article Detail0/zeeodisha/odisha2552306

PNB fraud case: ମେହୁଲ ଚୋକସିଙ୍କ ୨୫୬୫ କୋଟି ଟଙ୍କାର ସମ୍ପତ୍ତି ହେବ ନିଲାମ, ପୀଡିତମାନେ ପାଇବେ ଏହି ଟଙ୍କା

Mehul Choksi PNB fraud: ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ମେହୁଲ ଚୋକସିଙ୍କ ୨୫୬୫ କୋଟି ଟଙ୍କାର ସମ୍ପତ୍ତିକୁ ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ପ୍ରାପ୍ତ ଟଙ୍କା ପୀଡିତମାନଙ୍କୁ ଫେରସ୍ତ କରାଯିବ।

 

Mehul Choksi fraud case

Mehul Choksi fraud case: ପିଏନବି ସ୍କାମ ମାମଲାରେ ମୁମ୍ବାଇର ସ୍ପେଶାଲ କୋର୍ଟ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ୨୫୬୫ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନିଲାମ କରିବାକୁ ଅନୁମତି ଦେଇଛନ୍ତି। ମେହୁଲ ଚୋକସିଙ୍କ ସମ୍ପତ୍ତି ନିଲାମ କରି ଦୁର୍ନୀତି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଏହି ଟଙ୍କା ଫେରସ୍ତ କରାଯିବ। ଦୀର୍ଘ ଦିନ ଧରି ଇଡି କୋର୍ଟରେ ଏହି ପ୍ରୟାସ କରୁଥିଲା। ମନି ଲଣ୍ଡରିଂ ଘଟଣାର ତଦନ୍ତ ବେଳେ ଇଡି ମହଲ ଚୋକସିଙ୍କ ସମ୍ପତ୍ତି ଜବତ କରିଥିଲା।

ପ୍ରଭାବିତ ବ୍ୟାଙ୍କ ଏବଂ ଇଡିଙ୍କ ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି। ଅଦ୍ୟାବଧି ଗୀତାଞ୍ଜଳି ଜେମ୍ସ ଲିମିଟେଡ୍ ସହ ଜଡିତ ଅନେକ ସମ୍ପତ୍ତି ବିକ୍ରି କରି ୧୨୫ କୋଟି ଟଙ୍କା ଲୋକଙ୍କୁ ଫେରସ୍ତ କରାଯାଇଛି। ଏଥିରେ ମୁମ୍ବାଇର ଫ୍ଲାଟ, ଦୁଇଟି କାରଖାନା ଏବଂ ଗୋଦାମ ଅନ୍ତର୍ଭୁକ୍ତ ଥିଲା। ୨୦୧୮ ରେ ସାମ୍ନାକୁ ଆସିଥିବା ପିଏନବି ସ୍କାମରେ ଚୋକସି ଏବଂ ତାଙ୍କ ପୁତୁରା ନିରବ ମୋଦୀ ମୁଖ୍ୟ ଅଭିଯୁକ୍ତ ଅଟନ୍ତି।

ପଳାତକ ଅର୍ଥନୈତିକ ଅପରାଧ ଅଧିନିୟମ ଅନୁଯାୟୀ ତାଲିକାଭୁକ୍ତ ଅପରାଧ ଉପରେ ଏହି ଦୁଇଜଣଙ୍କ ନାମରେ ଭାରତର କୋର୍ଟ ଦ୍ୱାରା ୱାରେଣ୍ଟ ଜାରି କରାଯାଇଛି ଏବଂ ଯେଉଁମାନେ ଏହି ଅପରାଧିକ ମାମଲାରୁ ବଞ୍ଚିବା ପାଇଁ ଦେଶ ଛାଡି ଚାଲିଯାଛନ୍ତି।

ଚୋକସି ଏବଂ ତାଙ୍କ ପୁତୁରା ନିରବ ମୋଦୀ ପିଏନବିର କିଛି କର୍ମଚାରୀଙ୍କ ସହ ୧୩,୪୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏମାନଙ୍କୁ ଅଭିଯୁକ୍ତ କରିଛି। ନୀରବ ମୋଦୀଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଭାବେ ଘୋଷଣା କରାଯାଇଛି ଏବଂ ୨୦୧୯ ପରଠାରୁ ସେ ଲଣ୍ଡନ ଜେଲରେ ଅଛନ୍ତି।

Also Read: Bus Accident: କୁଲୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨୦୦ ଫୁଟ ଗଭୀର ଖାଲକୁ ଖସିପଡିଲା ବସ୍, ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ