Doctors position lying Vacant: ପରିସଂଖ୍ୟାନରେ ବଢ଼ୁଛି ଡାକ୍ତର ପଦବୀ, ବାସ୍ତବରେ ସରକାରୀ ହସ୍‍ପିଟାଲ୍‍ ପଡ଼ିଛି ଖାଲି
Advertisement
Article Detail0/zeeodisha/odisha1939864

Doctors position lying Vacant: ପରିସଂଖ୍ୟାନରେ ବଢ଼ୁଛି ଡାକ୍ତର ପଦବୀ, ବାସ୍ତବରେ ସରକାରୀ ହସ୍‍ପିଟାଲ୍‍ ପଡ଼ିଛି ଖାଲି

ସ୍ପଷ୍ଟୀକରଣରେ ସରକାର କହିଛନ୍ତି ପଦବୀ ଅନୁସାରେ ଆବେଦକ ମିଳୁ ନାହାନ୍ତି। ଏହାର ଜବାବରେ ଯଦି ଆବେଦକଙ୍କ ସଂଖ୍ୟାକୁ ହିସାବ କରାଯାଏ ତେବେ ଅକ୍ଟୋବର ମାସରେ ୧୮୭୧ ପଦବୀ ଲାଗି ୧୪୫୪ ଜଣ ଡାକ୍ତର ଆବେଦନ କରିଥିଲେ। ଯେଉଁମାନଙ୍କୁ ଯୋଗ୍ୟ ଆବେଦକ ଭାବେ ଗ୍ରହଣ କରାଯାଇଥିଲା। ସେମାନେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହ ବିଭିନ୍ନ ଡାକ୍ତରଖାନାରେ ସେବା ପାଇଁ ଅଭ୍ୟାସ ବା ଇଣ୍ଟର୍ନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Doctors position lying Vacant: ପରିସଂଖ୍ୟାନରେ ବଢ଼ୁଛି ଡାକ୍ତର ପଦବୀ, ବାସ୍ତବରେ ସରକାରୀ ହସ୍‍ପିଟାଲ୍‍  ପଡ଼ିଛି ଖାଲି

Doctors position lying Vacant: ଭୁବନେଶ୍ୱର: ଦୀର୍ଘ ବର୍ଷ ହେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବାରେ ବିଫଳ ହେଉଥିବା ରାଜ୍ୟ ସରକାରଙ୍କୁ ସହାୟକ ହୋଇଛି ଓଡ଼ିଶା ପବ୍ଲିକ୍‍ ସର୍ଭିସ୍‍ କମିଶନ। ଗୋଟିଏ ପଟେ ସରକାର ନୂଆ ନୂଆ ଡାକ୍ତର ପଦବୀ ସୃଷ୍ଟି କରି ବାହାବା ନେଉଥିବାବେଳେ କମିଶନ ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣାକରି ପରିସ୍ଥିତିକୁ ସେଇ ତିମିର ଭିତରେ ରଖୁଛନ୍ତି। ଅପରପକ୍ଷେ ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ଡାକ୍ତରମାନେ ସରକାରୀ ଚାକିରି କରିବାକୁ ଆବେଦନ କରୁ ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର।  

ବିଭିନ୍ନ ଜିଲ୍ଲାରେ ମେଡିକାଲ୍‍ କଲେଜ ପ୍ରତିଷ୍ଠା ଓ ନିୟମିତ ଡାକ୍ତରଖାନା ମାନଙ୍କରେ ଚିକିତ୍ସା ସୁବିଧା ଯୋଗାଇବା ଲାଗି ରାଜ୍ୟ ସରକାର ୧୫ ହଜାର ୭୭୪ଟି ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି।  ପୂର୍ବରୁ ଏହି ପଦବୀ ସଂଖ୍ୟା ୮୨୧୩ ଥିଲା। ବିଭିନ୍ନ ସମୟରେ ନୂଆ କ୍ୟାଡର ଗଠନ ଏବଂ ଗତ ଜୁନ୍‍ ମାସରେ ୫୦୦୦ ନୂଆ ଡାକ୍ତର ପଦବୀ ସୃଷ୍ଟି ଯୋଗୁ ରାଜ୍ୟରେ ପଦବୀ ସଂଖ୍ୟା ବୃଦ୍ଧି ପାଇଛି। ଏସବୁ ପଦବୀକୁ ଅକ୍ଟୋବର ସୁଦ୍ଧା ପୂରଣ କରିବା ଲାଗି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।  କିନ୍ତୁ ବାସ୍ତବରେ ଏହି ସତ୍ୟପାଠ କେବଳ କାଗଜରେ ସୀମିତ ରହିଛି। ଏବର୍ଷବି ଅଧାରୁ ଅଧିକ ପଦବୀ ଖାଲି ରହିବା ତାହା ନିଶ୍ଚିତ ହୋଇଛି।

ସରକାରୀ ହିସାବ ଅନୁସାରେ ଏବେ ରାଜ୍ୟରେ ପ୍ରାୟ ୮ ହଜାର ପଦବୀ ଖାଲି ପଡ଼ିଛି। ୨୦୨୩ରେ ଯେ ଏ ସମସ୍ୟା ସୃଷ୍ଟି ହୋଇଛି ତାହା ନୁହେଁ। ୨୦୨୦ ମସିହାରେ ଖାଲିଥିବା ପଦବୀ ପ୍ରତିଶତ ମୋଟ୍‍ ଅନୁମୋଦିତ ସଂଖ୍ୟାର ୫୧.୫୩ ପ୍ରତିଶତ ଥିଲା। ସରକାର ବିଭିନ୍ନ ସମୟରେ ହାଇକୋର୍ଟଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରୁ ଏହା ସ୍ପଷ୍ଟ।

ବାରମ୍ବାର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ନେଇ ବିଧାନସଭାରୁ ହାଇକୋର୍ଟରେ ଉଦ୍‍ବେଗ ପ୍ରକାଶ କରାଯାଇଛି। ରାଜ୍ୟବାସୀଙ୍କୁ ଡାକ୍ତରଖାନାରେ ଡାକ୍ତର ନିଶ୍ଚିତ କରିବା, ଗ୍ରାମାଞ୍ଚଳରେ ରୋଗୀସେବା ନିଶ୍ଚିତ କରିବା ଲାଗି ଡାକ୍ତରୀଛାତ୍ରମାନଙ୍କଠାରୁ ସରକାର ପ୍ରତିଶୃତି ସତ୍ୟବାଠ ଆକାରରେ ଗ୍ରହଣ କରିଛନ୍ତି। ତଥାପି  ୨୩ ବର୍ଷ ଧରି ସ୍ଥିର ଶାସନରେ ଥିବା ସରକାର ଡାକ୍ତରଙ୍କୁ ନିଯୁକ୍ତି ଦେବାରେ ସଫଳ ହୋଇପାରି ନାହାନ୍ତି। 

ରାଜ୍ୟରେ ଏହା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଆସିଛି। କେତେବେଳେ ନକଲି ଡାକ୍ତର ତ କେତେବେଳେ କ୍ୱାକ୍‍ଙ୍କ ଦ୍ୱାରା ଲୋକଙ୍କୁ ଚିକିତ୍ସା କରାଇବାକୁ ବାଧ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ତ ଅପାଠୁଆ ମେଡିସିନ୍‍ ଦେକାନୀଙ୍କ ଉପରେ ଔଷଧ ପାଇଁ ନିର୍ଭର କରୁଛନ୍ତି ରାଜ୍ୟବାସୀ। 

ଏ ପରିସ୍ଥିତି ରାଜ୍ୟରେ ଘରୋଇ ଡାକ୍ତରଖାନାକୁ ବେଶ୍‍ ସହାୟକ ହୋଇଛି। ସରକାରୀ ହସ୍‍ପିଟାଲ୍‍ର ଡାକ୍ତର ନଥିବାରୁ ପାଖରେ ଥିବା ଘରେଇ ହସ୍‍ପିଟାଲ୍‍କୁ ଲୋକେ ବାଧ୍ୟ ହୋଇ ଆସୁଛନ୍ତି। ନିଜ ନାଁରେ ଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ଦେଖାଇ ସେମାନଙ୍କୁ ମାଗଣାରେ ତ ଚିକିତ୍ସା ଯୋଗାଇ ଦିଆଯାଉଛି କିନ୍ତୁ ରୋଗୀଙ୍କର କ’ଣ ହୋଇଛି ବା ତାହାଙ୍କ ସ୍ୱାସ୍ଥ୍ୟ କାର୍ଡରୁ ରୋଗ ବାବଦରେ କେତେ ଟଙ୍କା କଟାଗଲା ତାହାର ହିସାବ ସେ ପାଉ ନାହିଁ। 

ଏଭଳି ପରିସ୍ଥିତି ଏକ ବିଶାଳ  ସ୍ୱାସ୍ଥ୍ୟ ଦୁର୍ନୀତି ବା ସ୍କାମ୍‍ ଆଡ଼କୁ ଧ୍ୟାନ ଆକର୍ଷଣ  କରୁଛି। ତଥାପି ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସେହିଭଳି ବିପର୍ଯ୍ୟୟ ଭିତରେ ରଖିବା ଲାଗି ଯେମିତି ଠିକା ନେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ନିଯୁକ୍ତି ସଂସ୍ଥା। ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି କହି ଯେତିକି ପଦବୀ ତାହା ଅଧାଙ୍କୁ ବି ନିଯୁକ୍ତି ପ୍ରଦାନ କରାଯାଉ ନାହିଁ। ୨୦୧୮ ମସିହାରେ ରାଜ୍ୟରେ ୧୯୫୦ ଡାକ୍ତଙ୍କ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କିନ୍ତୁ ବାସ୍ତବରେ ୯୩୮ଜଣଙ୍କୁ ହିଁ ମିଳିଥିଲା ନିଯୁକ୍ତିପତ୍ର। ଅର୍ଥାତ୍‍ ୪୮ ପ୍ରତିଶତ ନିଯୁକ୍ତି ହେଲେ ୫୨ ପ୍ରତିଶତ ଖାଲି ପଡ଼ିଲା। ୨୦୧୯ ମସିହାରେ ରାଜ୍ୟ ସରକାର ୩୨୭୮ ପଦବୀ ଲାଗି ବିଜ୍ଞପ୍ତି ଜାରି କରିଲେ, ପୂରଣ ହେଲା ୧୪୦୩ ପଦବୀ। ଏଥର ଅପୂରଣ ହୋଇ ପଡ଼ି ରହିଲା ୫୮% ପଦବୀ। ୨୦୨୧ ମସିହାରେ ଦୁଇଥର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ପ୍ରଥମଥର ୨୪୫୨ ପଦବୀ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ମାତ୍ର ୭୬୩ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି  ଦ୍ୱିତୀୟ ଥର ୧୮୭୧ ପଦବୀରୁ ୩୫୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି। 

ସ୍ପଷ୍ଟୀକରଣରେ ସରକାର କହିଛନ୍ତି ପଦବୀ ଅନୁସାରେ ଆବେଦକ ମିଳୁ ନାହାନ୍ତି। ଏହାର ଜବାବରେ ଯଦି ଆବେଦକଙ୍କ ସଂଖ୍ୟାକୁ ହିସାବ କରାଯାଏ ତେବେ ଅକ୍ଟୋବର ମାସରେ ୧୮୭୧ ପଦବୀ ଲାଗି ୧୪୫୪ ଜଣ ଡାକ୍ତର ଆବେଦନ କରିଥିଲେ। ଯେଉଁମାନଙ୍କୁ ଯୋଗ୍ୟ ଆବେଦକ ଭାବେ ଗ୍ରହଣ କରାଯାଇଥିଲା। ସେମାନେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହ ବିଭିନ୍ନ ଡାକ୍ତରଖାନାରେ ସେବା ପାଇଁ ଅଭ୍ୟାସ ବା ଇଣ୍ଟର୍ନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଖାଲି ସେତିକି ନୁହେଁ ପାଠ ପଢ଼ିବା ବେଳେ ସେମେନେ ରାଜ୍ୟ ସରକାରଙ୍କ ଅଧୀନରେ ଡାକ୍ତରୀ ସେବେ ଯୋଗାଇବାକୁ ଚୁକ୍ତିବଦ୍ଧ ବି ହୋଇଛନ୍ତି। ପ୍ରଶ୍ନ ଉଠୁଛି କେଉଁ ଆଧାରରେ ନିଯୁକ୍ତି କରି ପ୍ରଫେସନାଲ୍‍ ଡାକ୍ତରଙ୍କୁ ବି ପ୍ରତ୍ୟାଖ୍ୟାନ କରାଯାଉଛି। ନିଜ ଅଧୀନରେ ପରିଚାଳିତ ଡାକ୍ତରୀ କଲେଜରୁ ଡାକ୍ତରୀ ପାସ୍‍ କରିଥିବା ଡାକ୍ତର କିପରି ସରକାରୀ ଡାକ୍ତରଖାନାରେ ରୋଗୀସେବୀ ଯୋଗାଇବାକୁ ଅକ୍ଷମ ହେଉଛନ୍ତି? ଏହା ରାଜ୍ୟ ସରକାରଙ୍କ ମେଡିକାଲ୍‍ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁକି?

ପୁଣି ଓପିଏସ୍‍ସିରୁ ପ୍ରତ୍ୟାଖ୍ୟାତ ଡାକ୍ତର କିପରି ଘରୋଇ ହସ୍‍ପିଟାଲ୍‍ରେ ଚିକିତ୍ସା ସେବେ ଯୋଗାଇବାକୁ ଉଚ୍ଚ ଦରମାରେ ନିଯୁକ୍ତି ପାଉଛନ୍ତି?  ଏଭଳି ପରସ୍ପର ବିରୋଧୀ ଅବସ୍ଥା ଦିନ ଦ୍ୱିପ୍ରହରରେ ଡାକ୍ତରୀ ଛାତ୍ରଙ୍କ ମନୋବଳ ଭାଙ୍ଗିବା ଲାଗି ଏକ ସୁଚିନ୍ତିତ ଯୋଜନାକୁ ଇଙ୍ଗିତ କରୁଛି।