Odisha Assembly: ଦିନକ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ: ୭୭୦ରୁ ୮ ପ୍ରଶ୍ନର ଉତ୍ତର ରଖିପାରିଲେ ସରକାର
Advertisement
Article Detail0/zeeodisha/odisha1898932

Odisha Assembly: ଦିନକ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ: ୭୭୦ରୁ ୮ ପ୍ରଶ୍ନର ଉତ୍ତର ରଖିପାରିଲେ ସରକାର

Odisha Legislative Assembly: ସମୁଦାୟ ୮ ଟି କାର୍ଯ୍ୟ ଦିବସରୁ ୪ଟି ସରକାରୀ କାର୍ଯ୍ୟ ଦିବସ ସହ ସାତ ଦିନରେ ସରିଛି ଅଧିବେଶନ। ଏହି ଅଧିବେଶନରେ ୧୦ଟି ବିଲ୍‍ ଉପସ୍ଥାପନ କରାଯିବା ସହ ୧୩ଟି ସରକାରୀ ବିଧେୟକ ପାରିତ କରାଯାଇଛି। 

Odisha Assembly: ଦିନକ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ: ୭୭୦ରୁ ୮ ପ୍ରଶ୍ନର ଉତ୍ତର ରଖିପାରିଲେ ସରକାର

Odisha Assembly: ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଦିନକ ପୂର୍ବରୁ ଶେଷ ହୋଇଛି। ସମୁଦାୟ ୮ ଟି କାର୍ଯ୍ୟ ଦିବସରୁ ୪ଟି ସରକାରୀ କାର୍ଯ୍ୟ ଦିବସ ସହ ସାତ ଦିନରେ ସରିଛି ଅଧିବେଶନ। ଏହି ଅଧିବେଶନରେ ୧୦ଟି ବିଲ୍‍ ଉପସ୍ଥାପନ କରାଯିବା ସହ ୧୩ଟି ସରକାରୀ ବିଧେୟକ ପାରିତ କରାଯାଇଛି। ଅତିରିକ୍ତ ବଜେଟ୍‍ ସହ ସରକାର ୪ଟି ପ୍ରସଙ୍ଗରେ ଗୃହକୁ ବିବୃତ୍ତି ଦେଇଛନ୍ତି।  ଅଧିବେଶନରେ ସମୁଦାୟ ୭୭୦ଟି ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବାକୁ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଏଥିରୁ ମାତ୍ର ୮ଟି ପ୍ରଶ୍ନର ଉତ୍ତର ଆଲୋଚନା କରାଯାଇପାରିଥିଲା। ବିରୋଧୀ ଦଳର ହଟ୍ଟଗୋଳଯୋଗୁ  ବିଧାନସଭା ବାରମ୍ବାରo ମୁଲତବୀ ହୋଇଥିଲା।

ସେପ୍ଟେମ୍ୱର ୨୨ ତାରିଖରେ ବାଚସ୍ପତିଙ୍କ କାର୍ଯ୍ୟଭାର ଗ୍ରହଣଠାରୁ ଆରମ୍ଭ ହୋଇଥିଲା ବିଧାନସଭାର ମୌସୁମୀ ଅଧିବେଶନ। ଏହିଦିନ ପୂର୍ବତନ ସଦସ୍ୟ, ପୂର୍ବତନ ବାଚସ୍ପତି, ସାମରିକ କର୍ମଚାରୀ ଓ ଦିବଂଗତ ପୁଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।  ଗୃହରେ ସମୁଦାୟ ୩୮ଟି ନଥି ଉପସ୍ଥାପନ କରାଯାଇଥିଲା। ୭୮ଟି ବାର୍ଷିକ ରିପୋର୍ଟ, ୫ଟି କମିଟି ରିପୋର୍ଟ, ୩ଟି ଅଧ୍ୟାଦେଶ, ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା।

ଆଜି ସପ୍ତମ ଦିନରେ ପ୍ରଶ୍ନୋତ୍ତର କାଳ, ଶୂନ୍ୟକା, ମୁଲତବୀ ସବୁ କାର୍ଯ୍ୟକ୍ରମ ବାତିଲ୍‍ କରାଯାଇଥିଲା। ଗୃହ ପ୍ରଥମେ ଅପରାହ୍ଣ ୪ଟା ଯାଏ ମୁଲତବୀ ରହିଥିଲା। ପରେ ୫ ମିନିଟ୍‍ ଗୃହ କାର୍ଯ୍ୟ ଚାଲିବା ପରେ ମୁଲତବୀ ଘୋଷଣା କରାଯାଇଥିଲା।  ଏହାପରେ ସନ୍ଧ୍ୟା ୫ଟା ୪୫ରେ ଗୃହ ଚାଲିଥିଲା। ବିରୋଧିଙ୍କ ହୋ- ହଲ୍ଲା ଭିତରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ‘ଶ୍ରଦ୍ଧା’ ପ୍ରସଙ୍ଗରେ ନିଜର ବିବୃତ୍ତି ଉପସ୍ଥାପନ କରିଥିଲେ। ଏହାପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

Also Read- Godrej Group: ଦୁଇଫାଳ ହେବ ୧୨୬ ବର୍ଷର ଗୋଦରେଜ କମ୍ପାନୀ !

Also Read- Dolphins Death: ନଦୀରୁ ମିଳିଲା ୧୨୦ଟି ଡଲଫିନର ମୃତ ଶରୀର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ