ମୋ ବସ ଡ୍ରାଇଭରଙ୍କୁ ଚେତାବନୀ; ମଦ ପିଇ ବସ ଚଲାଇଲେ ଲାଇସେନ୍ସ ହେବ ରଦ୍ଦ
Advertisement
Article Detail0/zeeodisha/odisha2506931

ମୋ ବସ ଡ୍ରାଇଭରଙ୍କୁ ଚେତାବନୀ; ମଦ ପିଇ ବସ ଚଲାଇଲେ ଲାଇସେନ୍ସ ହେବ ରଦ୍ଦ

Mo bus Driver: ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।

ମୋ ବସ ଡ୍ରାଇଭରଙ୍କୁ ଚେତାବନୀ; ମଦ ପିଇ ବସ ଚଲାଇଲେ ଲାଇସେନ୍ସ ହେବ ରଦ୍ଦ

ଭୁବନେଶ୍ଵର: ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଆଉ ଚଳିବନି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ମୋ ବସ ଡ୍ରାଇଭରଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟନୁଷ୍ଠାନ। ଆକ୍ସନ ମୋଡରେ କ୍ରୁଟ୍। ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ଜଣେ ବସ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି କ୍ରୁଟ୍। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ଏହା ସହିତ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ପ୍ରତି ମୋ ବସର ସ୍ପିଡ୍ ୪୦ରୁ କମ୍ ରହିବ। ସହର ଭିତରେ ୪୦ କିମି ଏବଂ ସହର ବାହାରକୁ ଗଲେ ୫୦ କିମି ରହିବ ଗାଡ଼ିର ବେଗ। ଡ୍ରାଇଭର ନିଶାପାନ କରିଛନ୍ତି କି ନାହିଁ ଗାଡ଼ିରେ ଚଢିବା ପୂର୍ବରୁ ହେବ ଯାଞ୍ଚ। ମଝିରେ ମଝିରେ ମଧ୍ୟ ଯାଞ୍ଚ ହେବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ସେହିପରି ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। 

ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।