Odisha Election 2024: ବିଧାୟକ ପ୍ରାର୍ଥୀ ମୋହନ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
Advertisement
Article Detail0/zeeodisha/odisha2231510

Odisha Election 2024: ବିଧାୟକ ପ୍ରାର୍ଥୀ ମୋହନ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

Odisha Election 2024: କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସି ଙ୍କ ଦୁର୍ବେବହାର ପ୍ରତିବାଦ ରେ ଥାନା ସମ୍ମୁଖରେ ଧାରଣା ରେ ବସିଲେ ମୋହନ। ଲୋକଙ୍କ ସମସ୍ୟା ନେଇ ସଦର ଥାନା କୁ ବୁଝିବା କୁ ଯାଇଥିବା ସମୟରେ କେନ୍ଦୁଝର ସଦର ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଥାନାରୁ ଗେଟ୍ ଆଉଟ୍ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମାକ ଦେଇଥିବା ଅଭିଯୋଗ କରିଛନ୍ତି ମୋହନ।

 Odisha Election 2024: ବିଧାୟକ ପ୍ରାର୍ଥୀ ମୋହନ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

Odisha Election 2024: କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସି ଙ୍କ ଦୁର୍ବେବହାର ପ୍ରତିବାଦ ରେ ଥାନା ସମ୍ମୁଖରେ ଧାରଣା ରେ ବସିଲେ ମୋହନ। ଲୋକଙ୍କ ସମସ୍ୟା ନେଇ ସଦର ଥାନା କୁ ବୁଝିବା କୁ ଯାଇଥିବା ସମୟରେ କେନ୍ଦୁଝର ସଦର ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଥାନାରୁ ଗେଟ୍ ଆଉଟ୍ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମାକ ଦେଇଥିବା ଅଭିଯୋଗ କରିଛନ୍ତି ମୋହନ। ଦୁର୍ବ୍ୟବହାର ସଂପର୍କରେ ଏସପିଙ୍କୁ ମଧ୍ୟ ଅବଗତ କରାଇଥିବା କହିଛନ୍ତି ମୋହନ।
କେନ୍ଦୁଝର ସଦର ବ୍ଲକ ଗୋପୀନାଥପୁର ଓ ରାଇସୁଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଜଳ ସମସ୍ୟା ପ୍ରତିବାଦରେ ଦୁଇ ସରପଞ୍ଚଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଆଜି ସଦର ଥାନା ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଗରା ବାଲଟି ରଖି ରାସ୍ତା ଅବରୋଧ କରିଥିଲେ ଓ ସମାସ୍ୟା ର ସମାଧାନ ପାଇଁ ମୋହନ ମାଝି ଙ୍କୁ ସେଠାକୁ ଯାଇଥିଲେ । ମୋହନ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ରାସ୍ତା ଅବରୋଧ ହଟାଇବା ସହ ସମାସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିବା ସମୟରେ ସଦର ଥାନା ଅଧିକାରୀ ତ୍ରୀନାଥ ସେଠୀ ସଦଳବେଳେ ଘଟଣା ସ୍ଥଳରେ ପହଞ୍ଚିଥିବା ସହ ଥାନାରେ ବସି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଆଇଆଇସି ଡାକିନେଇଥିଲେ। ଏହା ପରେ ଆନ୍ଦୋକାରୀମାନଙ୍କ ସହ ସଦର ବିଧାୟକ ମୋହନ ମାଝୀ ମଧ୍ୟ ଥାନାକୁ ଯାଇଥିଲେ।
 ତେବେ ସେଠାରେ ସଦର ଥାନା ଅଧିକାରୀ ବିଧାୟକଙ୍କୁ ଦେଖି ଉତକ୍ଷିପ୍ତ ହୋଇଉଠିଥିଲେ ଓ ଦୁର୍ବ୍ୟବହାର କରିଥିବା ବିଧାୟକ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ।ଏହାର ପ୍ରତିବାଦ କରି ସଦର ବିଧାୟକ ଏବଂ ଆନ୍ଦୋଳନକାରୀମାନେ ସଦର ଥାନା ସମ୍ମୁଖରେ ଧାରଣାରେ ବସିବା ସହ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଏପରିକି ଥାନା ଅଧିକାରୀ ଏଠାରେ ନିର୍ଦ୍ଧିଷ୍ଟ ଏକ ଦଳ ପାଇଁ କାମ କରୁଥିବାରୁ ମୋ ଭଳି ଜଣେ ବରିଷ୍ଠ ବିଧାୟକ ଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାଁନ୍ତି ବୋଲି ମୋହନ ଆଭିଯୋଗ କରିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଥାନା ରେ ପହଞ୍ଚି ଧାରଣାରେ ବସିଥିବା ବିଧାୟକ ଓ ତାଙ୍କ ସମର୍ଥକ କୁ ଅନୁରୋଧ କରି ଥାନା ଭିତରକୁ ତାକି ନେଇ ଅନେକ ଆଲୋଚନା ପରେ ଧାରଣାରୁ ଓହରିଥିଲେ ମୋହନ ।