ରାଜଧାନୀର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ
Advertisement
Article Detail0/zeeodisha/odisha2421626

ରାଜଧାନୀର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

Bhubneswar crime: ହୋଟେଲରେ ଚେୟାର ଖାଲି ନଥିବାରୁ ଦୁର୍ବୃତ୍ତମାନେ ଆଗରୁ ବସିଥିବା ଗ୍ରାହକଙ୍କୁ ଚେୟାର ଦିଅ ବୋଲି କହିବାରୁ ଗ୍ରାହକ ଚେୟାର ଦେବାକୁ ମନା କରିଦେଇଥିଲେ।

ରାଜଧାନୀର ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଭୁବନେଶ୍ଵର: ଇନଫୋସିଟି ଥାନା ପଥରଗାଡିଆ ନିକଟ ଏକ ହୋଟେଲରେ ଦୁର୍ବୃତ୍ତମାନେ ଦାଦାଗିରି ଦେଖାଇଛନ୍ତି। ଗତକାଲି ରାତିରେ ହୋଟେଲରେ ଚେୟାରକୁ କେନ୍ଦ୍ର କରି ଗ୍ରାହକ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ସିସିଟିଭିରେ କଏଦ ହେଲା ଆକ୍ରମଣର ଦୃଶ୍ୟ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି। ଉଭୟ ଗୋଷ୍ଠୀର ଯୁବକମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୁଲିସ। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଉଭୟ ପକ୍ଷରୁ କିଛି ଆହତ ହୋଇଛନ୍ତି। ଘଟଣା ନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାନୁଯାୟୀ, ଗତକାଲି ରାତିରେ ହୋଟେଲରେ ଲୋକେ ଖାଉଥିବା ବେଳେ ବେଳେ ଅଞ୍ଚଳର କିଛି ଯୁବକ ଆସି ହୋଟେଲକୁ ଆସି ଖାଇବାକୁ ମାଗିଥିଲେ। ତେବେ ହୋଟେଲରେ ଚେୟାର ଖାଲି ନଥିବାରୁ ଦୁର୍ବୃତ୍ତମାନେ ଆଗରୁ ବସିଥିବା ଗ୍ରାହକଙ୍କୁ ଚେୟାର ଦିଅ ବୋଲି କହିବାରୁ ଗ୍ରାହକ ଚେୟାର ଦେବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଯୁବକମାନେ ହଠାତ ଭଙ୍ଗା ଭଙ୍ଗି ସହ ଫିଙ୍ଗା ଫିଙ୍ଗି କରିଥିଲେ। ପୁରା ଆତଙ୍କରାଜ ଖେଳାଇଥିଲେ। ଏପରିକି ହୋଟେଲରେ ଚେୟାର,ଟେବୁଲ ,ରାସ୍ତାରେ ଥିବା ବାରିକେଟ ଆଦି ଜିନିଷ ଭଙ୍ଗାରୁଜା କରି ଗ୍ରାହକମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ପ୍ରତି ଆକ୍ରମଣରେ ଗ୍ରାହକମାନେ ମଧ୍ୟ ସ୍ଥାଳନୀୟ ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।