କୋରାପୁଟ ସୀମାରେ ପୁଣି ମାଓ ଆତଙ୍କ, CAF କମାଣ୍ଡରଙ୍କୁ ହତ୍ୟା
Advertisement
Article Detail0/zeeodisha/odisha2116864

କୋରାପୁଟ ସୀମାରେ ପୁଣି ମାଓ ଆତଙ୍କ, CAF କମାଣ୍ଡରଙ୍କୁ ହତ୍ୟା

କମାଣ୍ଡର ଶ୍ରୀ ତେଜୁ ରାମ ଭୁରିଆ ଏବଂ ମେସ୍ କମାଣ୍ଡର ହେଡ କନଷ୍ଟେବଳ ଶ୍ୟାମ ବିହାରୀ ଜିଲ୍ଲା ବିଜାପୁରର ପୋଲିସ ଷ୍ଟେସନ କୁଟ୍ରୁ ଅଧୀନରେ ଥିବା କ୍ୟାମ୍ପଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ପରିବା ଦୋକାନକୁ ପରିବା କିଣିବାକୁ ଯାଇଥିଲେ । ଉକ୍ତ ସମୟ (ସକାଳ ପ୍ରାୟ ୯ଟା୩୦)ରେ ତେଜୁ ରାମ ଭୁରିଆଙ୍କୁ ଦୁଇ ଜଣ ଅଜ୍ଞାତ ମାଓବାଦୀ କୁରାଢି ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିଲେ।

କୋରାପୁଟ ସୀମାରେ ପୁଣି ମାଓ ଆତଙ୍କ, CAF କମାଣ୍ଡରଙ୍କୁ ହତ୍ୟା

କୋରାପୁଟ: ଛତିଶଗଡ ସୀମାନ୍ତ ଅଞ୍ଚଳରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । କମାଣ୍ଡର ଶ୍ରୀ ତେଜୁ ରାମ ଭୁରିଆ ଏବଂ ମେସ୍ କମାଣ୍ଡର ହେଡ କନଷ୍ଟେବଳ ଶ୍ୟାମ ବିହାରୀ ଜିଲ୍ଲା ବିଜାପୁରର ପୋଲିସ ଷ୍ଟେସନ କୁଟ୍ରୁ ଅଧୀନରେ ଥିବା କ୍ୟାମ୍ପଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ପରିବା ଦୋକାନକୁ ପରିବା କିଣିବାକୁ ଯାଇଥିଲେ । ଉକ୍ତ ସମୟ (ସକାଳ ପ୍ରାୟ ୯ଟା୩୦)ରେ ତେଜୁ ରାମ ଭୁରିଆଙ୍କୁ ଦୁଇ ଜଣ ଅଜ୍ଞାତ ମାଓବାଦୀ କୁରାଢି ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିଲେ।

ତେଜୁ ରାମ ଭୁରିଆଙ୍କ ସହ ଯାଇଥିବା ହେଡ୍ କନଷ୍ଟେବଳ ତୁରନ୍ତ ଘଟଣା ସମ୍ପର୍କରେ କ୍ୟାମ୍ପକୁ ଜଣାଇଥିଲେ । ପରେ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । କିନ୍ତୁ ସେତେବେଳକୁ କମ୍ପାନୀ କମାଣ୍ଡର ଶ୍ରୀ ତେଜୁ ରାମ ଭୁରିଆଙ୍କ ମୃତ୍ୟୁ ଘଟିସାରିଥିଲା । ପରେ ମୃତଦେହକୁ କ୍ୟାମ୍ପକୁ ଅଣାଯାଇଥିଲା। ଏଥିସହ ଆଖପାଖ ଅଞ୍ଚଳରେ ପୋଲିସ ଫୋର୍ସ / CAF / DRG ଦ୍ୱାରା ଖୋଜା ଖୋଜି ସହ କମ୍ବିଂ ଅପରେସନ ଜାରି ରହିଛି। ମୃତ କମ୍ପାନୀ କମାଣ୍ଡର ଶ୍ରୀ ତେଜୁ ରାମ ଭୁରିଆ କାଙ୍କେର ଜିଲ୍ଲା ଭାନୁ ପ୍ରତାପୁରର ପୋଲିସ ଥାନା ଅନ୍ତର୍ଗତ କାଞ୍ଚେ ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି।

ରିପୋର୍ଟ- ନିରୋଜ ଶତପଥୀ

Also Read- Chandra Gochar 2024: କର୍କଟ ରାଶିରେ ଚନ୍ଦ୍ରଙ୍କ ଚଳନ, ୫ ରାଶି ପାଇଁ ବଡ଼ ଲାଭ

Also Read- Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍