Love Case: ପ୍ରେମ କଲା ଝିଅ... ଜୀବନ ହାରିଲେ ବାପା ମାଆ
Advertisement
Article Detail0/zeeodisha/odisha2149860

Love Case: ପ୍ରେମ କଲା ଝିଅ... ଜୀବନ ହାରିଲେ ବାପା ମାଆ

Love Case: ଅଲଗା ଜାତିରେ ପ୍ରେମ କରି ବିବାହ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରିଲେନି ବାପା, ମା । ଏହାକୁ ଏକ ଅପମାନ ଭାବି ବିଷ ପିଇ ଜୀବନ ହାରିଦେଲେ ଜନ୍ମ କରିଥିବା ବାପା, ମାଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ନରସିଂହପୁର ମାଣିଆବନ୍ଧ ଅଞ୍ଚଳରୁ ।

ଖବର ମୁତାବକ, ପ୍ରେମରେ ଉବୁଟୁବୁ ହେଉଥିଲା ଝିଅ ଏହା ଜାଣିବା ପରେ ବାପା, ମାଆ ଝିଅକୁ ପଚରାଉଚରା କରି ଜାଣିବାକୁ ପାଇଥିଲେ ଯେ, ଝିଅଟି ଅନ୍ୟ ଜାତିର ଗୋଟେ ପୁଅକୁ ଭଲ ପାଉଛି । ତାପରେ ଯେତେ ବୁଝେଇଲେ ମଧ୍ୟ ଝିଅ ବୁଝିବାକୁ ନାରାଜ ଥିଲା । ଶେଷରେ ବାପା , ମାଆଙ୍କ ବାରଣ ସତ୍ୱେ ଯାହାକୁ ଭଲ ପାଉଥିଲା ଝିଅ ତାହା ହାତରୁ ସିନ୍ଦୁର ଗ୍ରହଣ କଲା । ଏହା ଜାଣିବା ପରେ ବାପା, ମାଆ ଶେଷରେ ବିଷ ପିଇ ଆତ୍ମହତ୍ୟାର ବାଟ ବାଛିନେଲେ । ମୃତ ବାପା ମାଆଙ୍କ ନାମ ନିତ୍ୟାନନ୍ଦ ମହାପାତ୍ର ଏବଂ ଶାନ୍ତିଲତା ମହାପାତ୍ର ବୋଲି ଜଣାପଡିଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକା ସାଙ୍ଗରେ ପତି-ପତ୍ନୀଙ୍କ ଆତ୍ମହତ୍ୟା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Also Read- Sahara Refund: ନିର୍ବାଚନ ପୂର୍ବରୁ ମିଳିବ କି ସାହାରା ଟଙ୍କା? ଜାଣନ୍ତୁ ଅପଡେଟ୍

Also Read- Mangal Gochar 2024: ଶନିଙ୍କ ରାଶିରେ ମଙ୍ଗଳ ଚଳନ, ଏହି ରାଶି ରୁହନ୍ତୁ ସତର୍କ