Sarala Temple: ମାଆ ଶାରଳାଙ୍କ ଘରୁ ଚୋରୀ
Advertisement
Article Detail0/zeeodisha/odisha2010320

Sarala Temple: ମାଆ ଶାରଳାଙ୍କ ଘରୁ ଚୋରୀ

Sarala Temple: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା'' ଶାରଳାଙ୍କ ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ ଚୋରୀ କରି ଥିବା ନେଇ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶକ୍ତିପୀଠ ମା ଶାରଳାଙ୍କ ମନ୍ଦିରର ପଶ୍ଚିମ ଦ୍ୱାର ଦେଇ କିଛି ଦୁର୍ବୁତ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରି ସିଂହଦ୍ଵାର ନିକଟରେ ଥିବା ୧ ନମ୍ବର ହୁଣ୍ଡିକୁ କଟର ମେସିନ ସାହାଯ୍ୟରେ କାଟି ହୁଣ୍ଡିରେ ଥିବା ସବୁ ଟଙ୍କା ପଇସାକୁ ଲୁଟ୍ କରି ନେଇ ଯାଇଛନ୍ତି।

Sarala Temple: ମାଆ ଶାରଳାଙ୍କ ଘରୁ ଚୋରୀ

Sarala Temple: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା'' ଶାରଳାଙ୍କ ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ ଚୋରୀ କରି ଥିବା ନେଇ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶକ୍ତିପୀଠ ମା ଶାରଳାଙ୍କ ମନ୍ଦିରର ପଶ୍ଚିମ ଦ୍ୱାର ଦେଇ କିଛି ଦୁର୍ବୁତ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରି ସିଂହଦ୍ଵାର ନିକଟରେ ଥିବା ୧ ନମ୍ବର ହୁଣ୍ଡିକୁ କଟର ମେସିନ ସାହାଯ୍ୟରେ କାଟି ହୁଣ୍ଡିରେ ଥିବା ସବୁ ଟଙ୍କା ପଇସାକୁ ଲୁଟ୍ କରି ନେଇ ଯାଇଛନ୍ତି। ଯାହାକି ଆଜି ଭୋର ସକାଳୁ ସେବକମାନେ ମନ୍ଦିର ଖୋଲିବା ପରେ ମନ୍ଦିର ହୁଣ୍ଡି ବାକ୍ସ ଭଙ୍ଗା ହୋଇ ପଡିଥିବା ଦେଖିବାକୁ ପାଇଥିଲେ।

ଏନେଇ ତୁରନ୍ତ ମନ୍ଦିର ଟ୍ରଷ୍ଟ ବୋର୍ଡ ଙ୍କୁ ଖବର ଦେବା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ତିର୍ତୋଲ ଥାନା ରେ ଏକ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣାରେ ସଂପୃକ୍ତ ଥିବା ତିନିଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ସେମାନଙ୍କ ଠାରୁ କିଛି ଟଙ୍କା ଜବତ କରାଯାଇଥିବା ଜଣାପଡିଛି।

ତେବେ ମନ୍ଦିରର ହୁଣ୍ଡି ବାକ୍ସ ଟ୍ରଷ୍ଟ ତରଫରୁ ବର୍ଷକୁ ଥରେ ଖୋଲା ହେଉଥିବା ବେଳେ ହାରାହାରି ହୁଣ୍ଡି ବାକ୍ସରୁ ୩୦ରୁ ୩୫ଲକ୍ଷ ଟଙ୍କା ଲୁଟ୍ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ମନ୍ଦିରର ହୁଣ୍ଡି ବାକ୍ସ କୁ ଭାଙ୍ଗିବା ପାଇଁ କଟର ମେସିନ ସାହାଯ୍ୟ ରେ ବାକ୍ସ କଟାଯାଇ ଟଙ୍କା ଲୁଟ୍ କରା ଯାଇଛି ବୋଲି କୁହା ଯାଉଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ଅଛନ୍ତି ଏନେଇ ପୋଲିସର ତଦନ୍ତ ଜାରୀ ରହିଛି।

Also Read;Weather Update: ରାଜ୍ୟରେ ବଢି ଚାଲିଛି ଶୀତ, ୧୫ ଡିଗ୍ରୀ ତଳେ ୮ ସହର