Lightning Strikes: କେନ୍ଦ୍ରାପଡାରେ କାଳବୈଶାଖୀ, ବଜ୍ରପାତରେ ଗଲା ୪ ଜୀବନ
Advertisement

Lightning Strikes: କେନ୍ଦ୍ରାପଡାରେ କାଳବୈଶାଖୀ, ବଜ୍ରପାତରେ ଗଲା ୪ ଜୀବନ

Thunderstorm: ବଜ୍ରପାତ ନେଇଗଲା ୪ ଜୀବନ । ଏମିତି ଦୁଃଖଦ ଖବର କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । 

Lightning Strikes: କେନ୍ଦ୍ରାପଡାରେ କାଳବୈଶାଖୀ, ବଜ୍ରପାତରେ ଗଲା ୪ ଜୀବନ

Thunderstorm: ବଜ୍ରପାତ ନେଇଗଲା ୪ ଜୀବନ । ଏମିତି ଦୁଃଖଦ ଖବର କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଜିଲ୍ଲାର ପାଟକୁରା ଅନ୍ତର୍ଗତ କୁଦାନଗରୀ ବଙ୍ଗାରି ଗାଁ ରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଳି ନିକଟ ଶାଳିଅଞ୍ଚ ଏବଂ କୁଣ୍ଡିଲୋରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ନେଇଛି ବଜ୍ରପାତ । ଗୋଟିଏ ଦିନରେ ଏକାଧିକ ଲୋକଙ୍କ ଜୀବନ ଅକାରଣେ ଚାଲିଯାଇଥିବାରୁ ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । କେବଳ ସେତିକି ନୁହେଁ, କାଳବୈଶାଖୀ କାରଣରୁ ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ, ଆଜି କେନ୍ଦ୍ରାପଡାରେ ଅସହ୍ୟ ଗରମ ଅନୁଭୂତ ହେବା ସହ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ କାଳବୈଶାଖି ଆସିବାରୁ ଜିଲ୍ଲାବାସୀ ଅସହ୍ୟ ଗରମରୁ ଆଶ୍ୱସ୍ତି ଲାଭ କରିବେ ବୋଲି ଆଶା କରିଥିଲେ । କିନ୍ତୁ କାଳବୈଶାଖିର ତାଣ୍ଡବ ଅନେକ ସ୍ଥାନରେ ଦୁଃଖ ଦେଇଗଲା ।

Also Read- BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ

Also Read- Heat wave: ବାରିପଦାରେ ୪୩ ଡିଗ୍ରୀ ପାର କଲା ତାତି, ୧୮ଟି ସ୍ଥାନରେ ଛୁଇଁଲା ୪୧