ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
Advertisement
Article Detail0/zeeodisha/odisha2529003

ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

Landmine blast: ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜି ଥିଲେ। ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲେ। ଯେଉଁଥିରେ ଜଣେ ଡିଆର୍‌ଜି ଯବାନ ଗୁରୁତର ହୋଇଥିଲେ।  

ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

ମାଲକାନାଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଡିଆର୍‌ଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଆହତ ଯବାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ହୋଇଥିବା ଯବାନ ହେଉଛନ୍ତି ସୁକୁମା ଜିଲ୍ଲା ପୁଲିସର ପଡିଆମ ବିନୋଦ। ସେପଟେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପରେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। 

ସୂଚନାଯୋଗ୍ୟ ଯେ, ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଜି ଥିଲେ। ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲେ। ଯେଉଁଥିରେ ଜଣେ ଡିଆର୍‌ଜି ଯବାନ ଗୁରୁତର ହୋଇଥିଲେ।