LAccMI Bus: ନିଆଳିରେ ଗଡିଲା 'ଲକ୍ଷ୍ମୀ ବସ୍', ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବ ?
Advertisement
Article Detail0/zeeodisha/odisha2143210

LAccMI Bus: ନିଆଳିରେ ଗଡିଲା 'ଲକ୍ଷ୍ମୀ ବସ୍', ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବ ?

LAccMI Bus: ବିକାଶ ପଥରେ ଆଗଉଛି ଓଡି଼ଶା (Odisha)। ଆଦିବାସୀ ଅଞ୍ଚଳ ସହ ଯୋଡି ହେବ ସହର। ଏଣିକି ଯାତ୍ରା ହେବ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ (Odisha Govt Bus)ପହଞ୍ଚାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ କଟକ ଜିଲ୍ଲା ନିଆଳିରୁ  'ଲକ୍ଷ୍ମୀ ବସ୍' (LaccMI Bus) ସେବା ଆରମ୍ଭ ହୋଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

LAccMI Bus: ବିକାଶ ପଥରେ ଆଗଉଛି ଓଡି଼ଶା (Odisha)। ଆଦିବାସୀ ଅଞ୍ଚଳ ସହ ଯୋଡି ହେବ ସହର। ଏଣିକି ଯାତ୍ରା ହେବ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ (Odisha Govt Bus)ପହଞ୍ଚାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ କଟକ ଜିଲ୍ଲା ନିଆଳିରୁ  'ଲକ୍ଷ୍ମୀ ବସ୍' (LaccMI Bus) ସେବା ଆରମ୍ଭ ହୋଇଛି। ଏହି ବସରେ ମହିଳାଙ୍କ ପାଇଁ ବିଶେଷ ସୁବିଧା ରହିଛି।  ଏହି ବସରେ ମହିଳାମାନେ ମାତ୍ର ୫ଟଙ୍କା ଦେଇ ଯାତ୍ରା କରିପାରିବେ। ନିଆଳି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ଟି ଲକ୍ଷ୍ମୀ ବସ୍ ଗଡିଛି। ଏହା ପରେ ପ୍ରତି ଗ୍ରାମଂଚଳରେ ଲକ୍ଷ୍ମୀ ବସ୍ ଗଡିବ। 

ALSO READ: Cylinder Blast: ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ, ଗୋଟିଏ ପରିବାରର ୫ ମୃତ

ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀର ଅବସରରେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଗତକାଲି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ,   ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨ଟି ଲକ୍ଷ୍ମୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।  ଏହି ଅବସରରେ ବହୁ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗନ୍ୟ ବ୍ୟକ୍ତ ଯୋଗ ଦେଇଥିଲେ।  ପ୍ରଥମ ପର୍ଯ୍ୟାୟରେ ୨ଟି ଲକ୍ଷ୍ମୀ ବସ୍ ତୁହୁଡି ,ସଡାଂଶ ଜଲ୍ଲାରପୁର ଦେଇ ନିଆଳିରେ ପହଞ୍ଚିବ । ଓ ଦ୍ୱିତୀୟ ବସ୍ ନିଭରଣ ,ବିନିଶପୁର, କୃଷ୍ଣପ୍ରସାଦ, ମାଧବ ଦେଇ ନିଆଳିରେ ପହଁଚିବ ବୋଲି ଜଣାପଡିଛି ।

ଏହା ଦ୍ବାରା ନିଆଳୀବାସୀ ବହୁତ ଉପକୃତ ହେବେ। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।