Labour Strike: ମୁଣ୍ଡରେ କଳା ପଟି ହାତରେ କଳା ପତାକା ଧରି ଧାରଣାରେ ଶ୍ରମିକ
Advertisement
Article Detail0/zeeodisha/odisha2040498

Labour Strike: ମୁଣ୍ଡରେ କଳା ପଟି ହାତରେ କଳା ପତାକା ଧରି ଧାରଣାରେ ଶ୍ରମିକ

Labour Strike: ମୁଣ୍ଡରେ କଳା ପଟି ହାତରେ କଳା ପତାକା ଧରି ଧାରଣାରେ ଶ୍ରମିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପରେ ଥିବା ତୈଳ ବିଶୋଧନାଗାର ସାଉଥ୍ ଗେଟ୍ ସମ୍ମୁଖରେ। ପାରାଦୀପ ତୈଳ ବିଶୋଧନାଗାର ର ''ପାରାଦୀପ ହଳଦିଆ ବରୁଉଣୀ ପାଇପ୍ ଲାଇନ୍'' ଡିଭିଜନ ରେ ଦିର୍ଘ ୧୫ ବର୍ଷ ହେବ କାର୍ଯ୍ୟ କରୁଥିବା ଶ୍ରମିକ ଆଜି ନିଜ ନାର୍ଯ୍ୟ ଦାବିରେ ଆଠ ଦଫା ଦାବି ନେଇ ଧାରଣାରେ ବସିଛନ୍ତି।

Labour Strike: ମୁଣ୍ଡରେ କଳା ପଟି ହାତରେ କଳା ପତାକା ଧରି ଧାରଣାରେ ଶ୍ରମିକ

Labour Strike: ମୁଣ୍ଡରେ କଳା ପଟି ହାତରେ କଳା ପତାକା ଧରି ଧାରଣାରେ ଶ୍ରମିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପରେ ଥିବା ତୈଳ ବିଶୋଧନାଗାର ସାଉଥ୍ ଗେଟ୍ ସମ୍ମୁଖରେ। ପାରାଦୀପ ତୈଳ ବିଶୋଧନାଗାର ର ''ପାରାଦୀପ ହଳଦିଆ ବରୁଉଣୀ ପାଇପ୍ ଲାଇନ୍'' ଡିଭିଜନ ରେ ଦିର୍ଘ ୧୫ ବର୍ଷ ହେବ କାର୍ଯ୍ୟ କରୁଥିବା ଶ୍ରମିକ ଆଜି ନିଜ ନାର୍ଯ୍ୟ ଦାବିରେ ଆଠ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ୨୦୧୬ ମସିହା ସେଟେଲମେଣ୍ଟ ଅନୁଯାୟୀ ଦିନ ପିଛା ଅନ୍ୟାନ୍ୟ ଭତ୍ତା ବାବଦକୁ ୧୪୦ ଟଙ୍କା ପ୍ରଦାନ କରିବାକୁ ଚୁକ୍ତି ହୋଇଥିଲେ ମଧ୍ୟ ଚୁକ୍ତି ଖିଲାପ କରି ଚୁପଚାପ ବସି ରହିଛି କମ୍ପାନୀ।

Also Read: Koraput News: ଖରାପ ରାସ୍ତା ଯୋଗୁ ଗାଁକୁ ଆସୁନି ଆମ୍ବୁଲାନ୍ସ, ଛଟପଟ ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା

ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନଥିବା ଓ ପରବର୍ତ୍ତୀ ସେଟେଲମେଣ୍ଟ କରୁନଥିବା ଅଭିଯୋଗ ହୋଇଛି। ଏହି ପରି ଶ୍ରମିକମାନଙ୍କ ବିଭିନ୍ନ ୮ ଦଫା ଦାବିକୁ ନେଇ ବିଶୋଧନାଗାର ସାଉଥ ଗେଟ ନିକଟରେ ଶତାଧିକ ଶ୍ରମିକ ମୁଣ୍ଡରେ କଳା ପଟି ବାନ୍ଧି ଶାନ୍ତପୂର୍ଣ୍ଣ ଭାବେ ଧାରଣାରେ ବସି ରହିଛନ୍ତି। ଏହା ଫଳରେ ପାରାଦୀପ ପାଇପ ଲାଇନ ସମେତ ବାଲେଶ୍ଵର ପର୍ଯ୍ୟନ୍ତ ସମସ୍ତ ପାଇପ ଲାଇନର ମେଣ୍ଟନାନ୍ସ କାର୍ଯ୍ୟ ଠପ ହୋଇ ଯାଇଛି। ତେବେ ଶ୍ରମିକମାନଙ୍କ ଦାବୀକୁ ଯଦିଓ କମ୍ପାନୀ କର୍ତ୍ତୃପକ୍ଷ ମାନି ନ ନିଏ, ତେବେ ଏହି ଧାରଣା ତୀବ୍ରତର ହେବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।