Keral landslide: ଭୂସ୍ଖଳନରେ ନିଖୋଜ କଟକର ଡାକ୍ତର, ପତ୍ନୀଙ୍କ ସହ...
Advertisement
Article Detail0/zeeodisha/odisha2361041

Keral landslide: ଭୂସ୍ଖଳନରେ ନିଖୋଜ କଟକର ଡାକ୍ତର, ପତ୍ନୀଙ୍କ ସହ...

Keral landslide: ପ୍ରକୃତିର ତାଣ୍ତବ। କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଶହେ ପାର୍ କରିସାରିଛି। ତେବେ, ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Keral landslide: ଭୂସ୍ଖଳନରେ ନିଖୋଜ କଟକର ଡାକ୍ତର, ପତ୍ନୀଙ୍କ ସହ...

Keral landslide: ପ୍ରକୃତିର ତାଣ୍ତବ। କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଶହେ ପାର୍ କରିସାରିଛି। ତେବେ, ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେରଳର ଭୂସ୍ଖଳନରେ ନିଖୋଜଙ୍କ ମଧ୍ୟରେ ଅଛନ୍ତି କଟକର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରା। ନିଜ ପତ୍ନୀ ପ୍ରିୟଦର୍ଶିନିଙ୍କ ପଲ୍ ଙ୍କ ସହ ସେ କେରଳ ବୁଲିବାକୁ ଯାଇଥିଲେ।  ଭୂସ୍ଖଳନରୁ  ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ କେରଳର ଉଇମସ୍ ହସପିଟାଲର ସର୍ଜରୀ ଓ୍ବାର୍ଡ଼ରେ ଚିକିତ୍ସିତ ହେଉଥିବା  ବେଳେ ଡାକ୍ତର ନିଖୋଜ ଅଛନ୍ତି।

ALSO READ: Weather Update: ପାଣିପାଗ ବିଭାଗର ସତର୍କ ସୂଚନା, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

ALSO READ: Today Horoscope: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବା ସହ ଶୁଭ ଖବର ପାଇବେ ଏହିସବୁ ରାଶି!

ସୂଚନାଯୋଗ୍ୟ, ବିଷ୍ଣୁପ୍ରସାଦ ଚିନ୍ନାରା ଓ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ ଗତ ୨୬ ତାରିଖରେ ବୁଲିବା ପାଇଁ କେରଳ ଯାଇଥିଲେ । ୨୭ ତାରିଖରେ ବିଷ୍ଣୁଙ୍କ ଜନ୍ମଦିନ ଥିବା ଜଣାପଡିଛି। ମଙ୍ଗଳବାର ରାତିରେ ହୋଇଥିବା ଭୂସ୍ଖଳନରେ ଏହି ୨ ଭାସିଯାଇଥିଲେ । ତେବେ ପ୍ରିୟଦର୍ଶିନୀ ପାଲଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଷ୍ଣୁ ପ୍ରସାଦଙ୍କ କୌଣସି ପତ୍ତା ମିଳୁନାହିଁ। ସେପଟେ, ଗତକାଲି ରାତିରୁ ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ତିନି ଗାଁର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ଏଯାବତ୍ ୧୦୦ରୁ ଉର୍ଦ୍ଧ୍ଵ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।