Kargil Vijay Diwas 2024: ଆଜି ଦେଶ ପାଳୁଛି ବିଜୟ ଦିବସ, କାର୍ଗିଲରେ ସହିଦ ହୋଇଥିଲେ ସେହି ୮ ଓଡ଼ିଆ ଯବାନ
Advertisement
Article Detail0/zeeodisha/odisha2353655

Kargil Vijay Diwas 2024: ଆଜି ଦେଶ ପାଳୁଛି ବିଜୟ ଦିବସ, କାର୍ଗିଲରେ ସହିଦ ହୋଇଥିଲେ ସେହି ୮ ଓଡ଼ିଆ ଯବାନ

Kargil Vijay Diwas 2024: ଆଜି ସାରା ଦେଶ ପାଳୁଛି କାରଗିଲ୍ ବିଜୟ ଦିବସ। ଭାରତୀୟ ସେନାର ବଳିଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାରଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଏ। ଆଜି ଦେଶ ପାଳୁଛି ୨୫ ତମ କାର୍ଗିଲ୍ ବିଜୟ ଦିବସ। 

Kargil Vijay Diwas 2024: ଆଜି ଦେଶ ପାଳୁଛି ବିଜୟ ଦିବସ, କାର୍ଗିଲରେ ସହିଦ ହୋଇଥିଲେ ସେହି ୮ ଓଡ଼ିଆ ଯବାନ

Kargil Vijay Diwas 2024: ଆଜି ସାରା ଦେଶ ପାଳୁଛି କାରଗିଲ୍ ବିଜୟ ଦିବସ। ଭାରତୀୟ ସେନାର ବଳିଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାରଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଏ। ଆଜି ଦେଶ ପାଳୁଛି ୨୫ ତମ କାର୍ଗିଲ୍ ବିଜୟ ଦିବସ। କିନ୍ତୁ ଆଜି ଯାଏଁ ଭାରତର କୋଟି କୋଟି ଜନତା ଏହି ଦିନକୁ ଭୁଲି ନାହାଁନ୍ତି। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ଯବାନଙ୍କୁ ମଧ୍ୟ ଭୁଲି ନାହାଁନ୍ତି। କାର୍ଗିଲ୍ ଯୁଦ୍ଧ ୧୯୯୯ ମେ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା।  ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ। ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ।

ALSO READ: Guru Gochar 2024: ୨୦୨୫ରେ ଏହି ୩ ରାଶି ଉପରେ ରହିବ ବୃହସ୍ପତିଙ୍କ କୃପା, ୨୯୩ ଦିନ ରହିବନି ଟଙ୍କାର ଅଭାବ!

ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନାର ମିଗ୍‌-୨୭, ମିଗ୍‌-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼। କାରଗିଲ୍‌ ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍‌ ବିକ୍ରମ ବତ୍ରା, ରାଇଫଲମ୍ୟାନ୍‌ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ। ଆଉ ଏହି ସହିଦଙ୍କ ଭିତରେ ଓଡିଶାର କିଛି ବୀର ସହିଦ୍ ମଧ୍ୟ ସାମିଲ୍ ଅଛନ୍ତି । ତେବେ, ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ...

ମେଜର ପଦ୍ମମଣି ଆଚାର୍ଯ୍ୟ, ଦ୍ୱିତୀୟ ବାଟାଲିୟନ, ରାଜପୁତାନା ରାଇଫଲ୍ସରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ। କାର୍ଗିଲ୍ ଯୁଦ୍ଧ ସମୟରେ ଶତ୍ରୃଙ୍କୁ ଉପରକୁ ଆକ୍ରମଣ ସମୟରେ ସହିଦ୍ ହୋଇଥିଲେ। ତାଙ୍କର ଏହି ସାହାସିକତା କାର୍ଯ୍ୟ ପାଇଁ ତାଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ  ମହାବୀର (Maha Vir Chakra)ରେ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି, କେନ୍ଦ୍ରାପଡାର ଆଉ ଏକ ବୀର ଲାନ୍ସ ନାୟକ ସଚ୍ଚିତାନନ୍ଦ ମଲ୍ଲିକ୍ , ସେ ମଧ୍ୟ କାର୍ଗିଲ୍ ଯୁଦ୍ଧ ସମୟରେ ତାଙ୍କ ଜୀବନକୁ ବାଜିରେ ଲଗାଇଥିଲେ। କଟକର ଆଉ ଜଣେ ବୀର ଓଡି଼ଆ ପୁଅ ହେଲେ ସର୍ଜେଣ୍ଟ ରାଜ୍ କିଶୋର ସାହୁ, ଯୁଦ୍ଧ ସମୟରେ ୧୫୨ ହେପଟର ୟୁନିଟର ସଦସ୍ୟ ଥିଲେ। ସେ ଫ୍ଲାଇଟ୍ ଇଞ୍ଜିନିୟର ଥିଲେ। ଯିଏ MI-୧୭ ବୋର୍ଡରେ ଥିଲେ। ବାଲେଶ୍ବରର ପୁଅ ହାବିଲଦାର ଗଙ୍ଗା ରାମ୍ ଦାଶ, ସେ ମଧ୍ୟ ଏହି ଯୁଦ୍ଧରେ ସହିଦ୍ ହୋଇଥିଲେ। ନାଏକ୍  ଶ୍ରୀନିବାସ୍ ଏସ୍ . ପାତ୍ର, ଗଞ୍ଜାମର ବୀର ପୁଅଙ୍କୁ ଆଜିବି ଝୁରୁଛି ମାଆ ମାଟି। ୧୨ ବାଟାଲିୟନର  ମହର ରେଗିମେଣ୍ଟର ସେ ନିଯୁକ୍ତି ପାଇଥିଲେ।  ଆଉ ଜଣେ ଓଡି଼ଆ ପୁଅ ହେଲେ ସହିଦ ଗୋପିନାଥ ମହାପାତ୍ର, ଘର  କଟକ ଜିଲ୍ଲା,  ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁରେ, କାର୍ଗିଲ୍ ଯୁଦ୍ଧ ସମୟରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କ ଅବିଶ୍ରାନ୍ତ ଗୁଳିମାଡରେ ସେ ଟଳି ପଡିଥିଲେ। ସେହିପରି ଆଉ ଜଣେ ସହିଦ ହେଲେ, ମାନସ ରଞ୍ଜନ ସାହୁ , ମାତ୍ର ୨୫ ବର୍ଷ ବୟରେ ଦେଶ ମାତୃକା ପାଇଁ କାର୍ଗିଲ ରେ ସହିଦ ହୋଇଥିଲେ। କଟକର ଆଉ ଜଣେ ବୀର ପୁଅ ନାଏକ୍ ନିରଞ୍ଜନ ବେହେରା ମଧ୍ୟ ଦେଶ ପାଇଁ ନିଜ ପ୍ରାଣବଳୀ ଦେଇଥିଲେ।