Crime News: ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅନୈତିକ ସମ୍ପର୍କ ପାଇଁ ହତ୍ୟା
Advertisement

Crime News: ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅନୈତିକ ସମ୍ପର୍କ ପାଇଁ ହତ୍ୟା

Crime News: ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ପାଇଁ ଉଦ୍ୟମ କରିବା କାରଣରୁ ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା ଫଲବାଣୀ ସଦର ଥାନା ପୋଲିସ ସୂଚନା ଦେଇଛି ।

Crime News: ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅନୈତିକ ସମ୍ପର୍କ ପାଇଁ ହତ୍ୟା

Crime News: ବିବାହିତା ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ଅନୈତିକ ସମ୍ପର୍କ ରଖିବା ମହଙ୍ଗା ପଡିଛି ସରପଞ୍ଚଙ୍କ ପୁଅ ତଥା ବିଜେଡି ଉପସଭାପତି ସଞ୍ଜିତ ମଲ୍ଲିକଙ୍କୁ । ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ପାଇଁ ଉଦ୍ୟମ କରିବା କାରଣରୁ ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା ଫଲବାଣୀ ସଦର ଥାନା ପୋଲିସ ସୂଚନା ଦେଇଛି । କେବଳ ସେତିକି ନୁହେଁ ଉକ୍ତ ମହିଳାଙ୍କଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ହାସଲ କରିବା ସହିତ ବଦନାମ କରିବା ନେଇ ଧମକ ଦେଇଥିଲେ ସଞ୍ଜିତ । ଏହି କାରଣରୁ ମହିଳାଙ୍କ ମନରେ ଥିଲା ଅନେକ କ୍ରୋଧ ଆଉ ସେହି କାରଣରୁ ସେ ସଞ୍ଜିତଙ୍କୁ ହତ୍ୟା କରିବା ନେଇ ଯୋଜନା କରିଥିଲେ ।

ସୂଚନା ମୁତାବକ, ନଭେମ୍ୱର ୩୦ ତାରିଖ ଦିନ ସଞ୍ଜିତ ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ନିଜ ଘରକୁ ଡାକିଥିଲେ ଆଉ ଏହି ସୁଯୋଗରେ ମହିଳା ଜଣକ ତକିଆ ସାହାଯ୍ୟରେ ସଞ୍ଜିତଙ୍କୁ ଅଣନିଶ୍ୱାସୀ କରି ହତ୍ୟା କରିଥିବା ସ୍ୱିକାର କରିଛନ୍ତି ।  ପରଦିନ ଅର୍ଥାତ ୧ ତାରିଖରେ ପୋଲିସ ସଞ୍ଜିତଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଚାରିତ ହେବା ପରେ ପୋଲିସ ମୃତଦେହ ଯବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ

Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ