ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‍ ଚକ୍ରଧାରୀ ଶରଣ ସିଂହ
Advertisement
Article Detail0/zeeodisha/odisha1941944

ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‍ ଚକ୍ରଧାରୀ ଶରଣ ସିଂହ

ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି: ସୁପ୍ରିମକୋର୍ଟଙ୍କ କଲିଜିୟମ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ କରିଛନ୍ତି। ସେ ହେଉଛନ୍ତି ଜଷ୍ଟିସ୍‍ ଚକ୍ରଧାରୀ ଚରଣ ସିଂହ। ପାଟଣା ହାଇକୋର୍ଟରେ ସେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।

ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‍ ଚକ୍ରଧାରୀ ଶରଣ ସିଂହ

ଭୁବନେଶ୍ୱର:  ସୁପ୍ରିମକୋର୍ଟଙ୍କ କଲିଜିୟମ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ କରିଛନ୍ତି। ସେ ହେଉଛନ୍ତି ଜଷ୍ଟିସ୍‍ ଚକ୍ରଧାରୀ ଚରଣ ସିଂହ (Justice Chakrahari Sharan Singh)। ପାଟଣା ହାଇକୋର୍ଟରେ ସେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଅକ୍ଟୋବର ୩ ତାରିଖରେ ଜଷ୍ଟିସ୍ ସୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟ (Odisha High Court)ରେ ମୁଖ୍ୟ ବିଚାରପତିଙ୍କ ପଦବୀ ଖାଲି ପଡ଼ିଥିଲା। ଜଷ୍ଟିସ୍‍ ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏଣୁ ଏହି ଆବଶ୍ୟକତାକୁ ନଜରରେ ରଖି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ଜଷ୍ଟିସ୍‍ ସିଂହଙ୍କ ନାଁ ସୁପାରିସ କରିଛନ୍ତି। 

୧୯୯୦  ମସିହାରେ ଜଷ୍ଟିସ୍‍ ସିଂହ ଜଣେ ଆଇନଜୀବୀ ଭାବେ ପାଟଣା ହାଇକୋର୍ଟରେ ପଞ୍ଜିକୃତ ହୋଇଥିଲେ। ୨୨ ବର୍ଷର ଆଇନଜୀବୀ କ୍ୟାରିୟର ଭିତରେ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ୍‍ ଭାବେ କାର୍ଯ୍ୟ କରିଛନ୍ତି। ଡିସେମ୍ବର ୨୦୧୦ ମସିହାରୁ ୫ ଏପ୍ରିଲ୍‍ ୨୦୧୨ ମସିହା ଯାଏ ଏହି ଦାୟିତ୍ୱ ତୁଲାଇବା ପରେ ତାଙ୍କୁ ପାଟଣା ହାଇକୋର୍ଟଙ୍କ ଜଜ୍‍ ଭାବେ ମନୋନୀତ କରାଯାଇଥିଲା। ସେ ଏବେ ବରିଷ୍ଠ ଜଜ୍‍ ଭାବେ ପାଟଣା ହାଇକୋର୍ଟରେ କାର୍ଯ୍ୟରତ। ନିଜର ନିଷ୍ଠା ଓ ସଚ୍ଚୋଟପଣିଆ ପାଇଁ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଜଷ୍ଟିସ ସିଂହ ସାମ୍ବିଧାନିକ ବିଧି ବ୍ୟବସ୍ଥା ସହ, ସରକାରୀ ସେବା, ଅପରାଧ ମାମଲାରେ ବିଶେଷଜ୍ଞଭାବେ ପରିଚିତ।  ଜଣା ବିଚାରପତି ଭାବେ ଗତି ୧୧ ବର୍ଷରେ ସେ ୧୨୪୬ଟି ମାମଲାର ବିଚାର ଶୁଣାଇଛନ୍ତି। ସେଥିରୁ ଗତ ୫ ବର୍ଷ ଭିତରେ ୫୬୨ଟି ମାମଲାର ବିଚାର ଶେଷ କରି ରାୟ ଦେଇଛନ୍ତି।