NICLରେ ବମ୍ପର ନିଯୁକ୍ତି ସୁଯୋଗ, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ କରନ୍ତୁ ଆବେଦନ..
Advertisement

NICLରେ ବମ୍ପର ନିଯୁକ୍ତି ସୁଯୋଗ, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ କରନ୍ତୁ ଆବେଦନ..

NICL Job: ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ(NICL) ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ କ୍ଲିକ୍ କରି ବିଜ୍ଞପ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ।

ନୋଟିଫିକେସନ ଲିଙ୍କ

ଆବେଦନ ତାରିଖ:

-ଜାନୁଆରୀ ୨ ତାରିଖ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା।

-ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ବୟସ ସୀମା:

-ଆବେଦନ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ରଖାଯାଇଛି

- ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ

-ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ପିଡବ୍ଲ୍ୟୁଡି, ଅନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବାର ବ୍ୟବସ୍ଥା ରହିଛି।

ଆବେଦନ ପ୍ରକ୍ରିୟା:

- ପ୍ରଥମ ପର୍ଯ୍ୟାୟ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

-କଲ୍ ଲେଟର ଡାଉନଲୋଡିଂ ବାବଦରେ ପରବର୍ତ୍ତୀ ସମୟରେ ସୂଚିତ କରାଯିବ

ପଦବୀ:

- ପ୍ରାର୍ଥୀଙ୍କୁ ଆଡମିନିଷ୍ଟ୍ରେଟିଭ (Special and generalist) ପଦରେ ସ୍କେଲ-୧ କ୍ୟାଡରରେ ନିଯୁକ୍ତି ଦିଆଯିବ।

ଶିକ୍ଷାଗତ ଯୋଗ୍ୟତା:

-ଉପରୋକ୍ତ ପଦବୀରେ ଚାକିରି ପାଇଁ ପ୍ରାର୍ଥାଙ୍କ ଶିକ୍ଷାଗତ ଯଓଗ୍ୟତା ସ୍ନାତକ, ସ୍ନାତକୋତ୍ତର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଦି ରହିଛି।

ପରୀକ୍ଷା ପ୍ରଣାଳୀ:

-ପ୍ରିଲିମିନାରୀରେ ୧୦୦ ମାର୍କ ଓ ମେନରେ ୨୫୦ ମାର୍କର ପରୀକ୍ଷା ହେବ ।

-ଏଥି ସହ ପ୍ରାର୍ଥୀଙ୍କୁ ୩୦ ମାର୍କର ବର୍ଣ୍ଣନକାରୀ ଟେଷ୍ଟ ଦେବାକୁ ପଡ଼ିବ

- ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଆଦି ୪ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ ।

Also Read: Teacher Recruitment 2024: ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର, ୧୩୭୫ ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ