Odisha Politics: ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକଙ୍କ BJDରୁ ଇସ୍ତଫା
Advertisement

Odisha Politics: ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକଙ୍କ BJDରୁ ଇସ୍ତଫା

Odisha Politics: ବିଜେଡି ଛାଡିଲେ ଯାଜପୁରର ବରିଷ୍ଠ ତଥା ଟାଣୁଆ ନେତା ଦେବାଶିଷ ନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି ।

Odisha Politics: ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକଙ୍କ BJDରୁ ଇସ୍ତଫା

ଭୁବନେଶ୍ୱର: ବିଜେଡି ଛାଡିଲେ ଯାଜପୁରର ବରିଷ୍ଠ ତଥା ଟାଣୁଆ ନେତା ଦେବାଶିଷ ନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜନତା ଦଳରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଦେବାଶିଷ ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତ୍ୟନ୍ତ ଖାସ୍ ଥିଲେ । ତେବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେଡିରେ ସାମିଲ୍ ହୋଇ ଯାଜପୁରର ଜଣେ ଟାଣୁଆ ନେତା ହିସାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାଜ୍ୟ ରାଜ୍ୟନୀତି ସମେତ ନିଜ ଅଞ୍ଚଳରେ ଦେବାଶିଷଙ୍କ ଦବଦବାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ ହୋଇଥାଏ । ବରୀ ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ । କିନ୍ତୁ ୨୦୧୯ ମସିହାରେ ବରୀରେ ନିର୍ବାଚନ ଲଢିବାକୁ ଦେବାଶିଷଙ୍କୁ ଆଉ ସୁଯୋଗ ଦିଆଯାଇନଥିଲା । କିଛି ମାସ ହେବ ଦଳରେ ସକ୍ରୀୟ ଭୂମିକାରେ ନଥିବାରୁ ଦେବାଶିଷ ଦଳ ଛାଡିପାରନ୍ତି ବୋଲି ଅନେତ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଜି ସମସ୍ତ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଥିବା ସମୟରେ ଆଗାମି ଦିନରେ ଦେବାଶିଷ କେଉଁ ଦଳରେ ସାମିଲ୍ ହେବେ ସେନେଇ କୌଣସି ସୂଚନା ମିଳିନାହିଁ ।

Also Read- Sun Transit 2024: ମୀନରେ ଚଳନ କରିବେ ସୂର୍ଯ୍ୟଦେବ, ୪ ରାଶିଙ୍କୁ ମିଳିବ ଏହି ଲାଭ...

Also Read- Garlic Price: ଶସ୍ତା ହେଲା ରସୁଣ, ଏକାଥରେ କମିଲା ୧୫୦ ଟଙ୍କା...