ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'
Advertisement
Article Detail0/zeeodisha/odisha2010751

ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'

Pihu Missing Case: ବାରମ୍ୱାର ପୋଲିସ ଏବଂ ପ୍ରଶାସନ ନିକଟକୁ ଧାଇଁ ଧାଇଁ ପାଦ ଥକି ଗଲାଣି କିନ୍ତୁ ତଥାପି କୁନି ଝିଅ ପିହୁର କୌଣସି ପତ୍ତା ମିଳୁନି । ହଜିଲା ଝିଅକୁ ଖୋଜି ଆଣିବା ତଥା ନ୍ୟାୟ ପାଇଁ ମାଆ ଆଜି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି ବିଂଝାରପୁର ମଧୁସୂଦନପୁର ଗାଁର ମୋନାଲିସା ନାୟକ ।

ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'

ଯାଜପୁର: ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ନିଖୋଜ କୁନି ଝିଅ ପିହୁ (Pihu nayak)ର କୌଣସି ସନ୍ଧାନ ମିଳୁନି । ବାରମ୍ୱାର ପୋଲିସ ଏବଂ ପ୍ରଶାସନ ନିକଟକୁ ଧାଇଁ ଧାଇଁ ପାଦ ଥକି ଗଲାଣି କିନ୍ତୁ ତଥାପି କୁନି ଝିଅ ପିହୁର କୌଣସି ପତ୍ତା ମିଳୁନି । ହଜିଲା ଝିଅକୁ ଖୋଜି ଆଣିବା ତଥା ନ୍ୟାୟ ପାଇଁ ମାଆ ଆଜି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି ବିଂଝାରପୁର ମଧୁସୂଦନପୁର ଗାଁର ମୋନାଲିସା ନାୟକ ।

ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବରୁ ପିହୁ ଘର ନିକଟରେ ଖେଳୁଥିବା ସମୟରେ ତାକୁ କେହି ଅଜଣା ବ୍ୟକ୍ତି ଉଠାଇ ନେଇଯାଇଥିବାର ଅଭିଯୋଗ ଆସିଥିଲା । ପରୀ ଘଟଣା ପରେ ପରେ ଏ ଖବର ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ଦିନ ଦ୍ୱିପହରରେ ଝିଅକୁ କିଏ ନେଲା ତାହା ଜାଣିବା ପାଇଁ ପରିବାର ଲୋକ ଗାଁ ସମେତ ଆଖପାଖ ଗାଁରେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ପରେ ଗଣମାଧ୍ୟମରେ ଖବର ପ୍ରକାଶ ହେବାରୁ ପ୍ରଶାସନ ପକ୍ଷରୁ ପିହୁ ଅପହରଣରେ ତଦନ୍ତ ହେବ ବୋଲି ପ୍ରତିଶୃତି ମିଳିଥିଲା । କିନ୍ତୁ ବର୍ତ୍ତମାନ ଘଟଣାରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । କେବେ ପିହୁ ଫେରିବ ସେନେଇ ବାଟ ଚାହିଁ ବସିଛନ୍ତି ମୋନାଲିସା ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର 

Also Read- Crime News: ବିଜେଡି ଉପସଭାପତିଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅନୈତିକ ସମ୍ପର୍କ ପାଇଁ ହତ୍ୟା