ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ୩୦୫କୋଟି
Advertisement
Article Detail0/zeeodisha/odisha2004171

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ୩୦୫କୋଟି

IT Raid Case: ବଲାଙ୍ଗିର ସୁଦପଡା ଆଇଟି ରେଡ୍ ପରେ ୫ ଦିନ ହେବ ଗଣାଯାଉଥିବା ଟଙ୍କାର ହିସାବ ମିଳିଛି । ସମୁଦାୟ ୩୦୫ କୋଟି ଟଙ୍କା ମିଳିଥିବା ସୂଚନା ।

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ୩୦୫କୋଟି

IT Raid Case: ବହୁ ଚର୍ଚ୍ଚିତ ବଲାଙ୍ଗିର ସୁଦପଡା  ଆଇଟି ରେଡ୍ ଘଟଣାରେ ଆଜି ଟଙ୍କା ଗଣା ଶେଷ ହୋଇଛି । ଏସବିଆଇ ମୁଖ୍ୟ ଶାଖାରେ ୫ଦିନର ଲଗାତାର ଗଣତି ପରେ ସମୁଦାୟ ୩୦୫ କୋଟି ଟଙ୍କା ମିଳିଛି । ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣି ସାରିବା ପରେ ବ୍ୟାଙ୍କରୁ ବାହାରିଛନ୍ତି । ସମୁଦାୟ ୨୫ଟି ମେସିନରେ ଟଙ୍କା ଗଣନା କାର୍ଯ୍ୟ କରାଯାଉଥିଲା । ୫୦ ଜଣ ବ୍ୟାଙ୍କ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ଥିଲେ ।

ସୂଚନାଯୋଗ୍ୟ, ଆୟକର ବିଭାଗ ପକ୍ଷରୁ ସୁଦପଡା ମଦଭାଟିରେ ରେଡ୍ ହେବା ପରଠାରୁ ମୋଟ ସମ୍ପତ୍ତି ତଥ୍ୟ ହାସଲ ପାଇଁ ଚାଲିଥିଲା ଟଙ୍କା ଗଣତି । ୫ ଦିନ ହେବ ଦିନ ରାତି ବସି ଟଙ୍କା ଗଣୁଥିଲେ ବ୍ୟାଙ୍କ କର୍ମଚାରୀ । ଟଙ୍କା ଗଣୁଥିବା କର୍ମଚାରୀ କହିଛନ୍ତି ଯେ, ଆମ ଜୀବନକାଳ ମଧ୍ୟରେ ଏପରି ଘଟଣା ନା କେବେ ଦେଖିଥିଲୁ ନା କେବେ ଏତେ ଟଙ୍କା ଗଣିଥିଲୁ । ବିଡା ବିଡା ନୋଟ ବର୍ତ୍ତମାନ ଆମକୁ କାଗଜ ପରି ମନେ ହେଉଛି । ଟଙ୍କା ଗଣନା କାର୍ଯ୍ୟରେ ୨୫ଟି ମେସିନ ମଧ୍ୟ ବ୍ୟବହାର କରାଯାଇଥିଲା । ତେବେ ସୂଚନା ମିଳିଛି ଯେ, ଟଙ୍କା ଗଣି ଗଣି ଦୁଇଟି ମେସିନ୍ ଖରାପ ହୋଇଯାଇଛି । ବ୍ୟାକଅପରେ ଅଧିକ ମେସିନ୍ ରଖିଥିଲେ କର୍ତ୍ତୁପକ୍ଷ । ସମୁଦାୟ ୧୭୬ ବ୍ୟାଗରେ ଟଙ୍କା ରହିଥିଲା । ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ ମ୍ୟାନେଜର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି । ଆଜି ରବିବାର ଛୁଟି ଦିନ ହୋଇଥିଲେ ମଧ୍ୟ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଥିଲା ।

ଅନ୍ୟପଟେ ଆୟକର ବିଭାଗ ଆଜି ପଞ୍ଚମ ଦିନରେ ମଧ୍ୟ ଚଢାଉ ଜାରି ରଖିଛି । ସୁଦପଡା ଅଞ୍ଚଳରେ ଥିବା ଏକ ମଦ ଭାଟିରେ ଚଢାଉ ହେବା ପରେ ସେଠାରୁ ମଧ୍ୟ ଟଙ୍କା ସମେତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଜବତ ହୋଇଛି । ଏଥି ସହିତ ମଦ ଭାଟି ମାଲିକଙ୍କୁ ପଚରା ଉଚରା କରାଯାଉଛି ।

Also Read- ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ମହାପ୍ରଭୁ! ଆସିଲା ନିମନ୍ତ୍ରଣ

Also Read- 'I Love you ନିଜର ଯତ୍ନ ନେବ' ଲେଖି ଜୀବନ ହାରିଲେ ପ୍ରେମିକ