IPS Arun Kumar Sarangi: ଦାୟିତ୍ୱ ଗ୍ରହଣ କଲେ ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ
Advertisement
Article Detail0/zeeodisha/odisha2037877

IPS Arun Kumar Sarangi: ଦାୟିତ୍ୱ ଗ୍ରହଣ କଲେ ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ

DGP Arun Kumar Sarangi: ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଆଇପିଏସ ଅରୁଣ କୁମାର ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।

IPS Arun Kumar Sarangi: ଦାୟିତ୍ୱ ଗ୍ରହଣ କଲେ ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ

DGP Arun Kumar Sarangi: ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଆଇପିଏସ ଅରୁଣ କୁମାର ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡି.ଜି.ପି ଶ୍ରୀ ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ । ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଅରୁଣଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ । ଏହାପରେ ଡିଜିପି ଷଡଙ୍ଗୀ  ଶହିଦ ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରିବା ସହ ଦାୟିତ୍ଵ ଗ୍ରହଣ କରିଥିଲେ ।

​ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଅରୁଣ ଷଡଙ୍ଗୀ କହିଥିଲେ ଯେ, ଓଡ଼ିଶା ପୋଲିସର ସ୍ଵତନ୍ତ୍ର ଗାରିମା ଏବଂ ଗୌରବ ରହିଛି । ଗତ କିଛି ବର୍ଷ ଧରି ରାଜ୍ୟ ପୋଲିସ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି କହିଥିଲେ । ପୋଲିସକୁ ସଶକ୍ତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି । ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ପୋଲିସ ଅଧିକ ଶକ୍ତିଶାଳୀ ହେବ ଏବଂ ଏହି ଅତିରିକ୍ତ ଦାୟିତ୍ଵର ସମୟ ସୀମା ମଧ୍ୟରେ ସମସ୍ତଙ୍କ ସହଯୋଗରେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ ଅରୁଣ । ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଯେମିତି କୌଣସି ଉଦାସୀନତା ଦେଖାନଯିବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ପ୍ରତିକ୍ରିୟା ରଖିଥିଲେ । ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ସହ ସମାଜକୁ ଅପରାଧ ମୁକ୍ତ, ଅପରାଧ ଦମନ, ଏବଂ ସଶକ୍ତ ସମାଜ ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ ।

​ସୂଚନାଯୋଗ୍ୟ, ୧୯୯୦ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଅରୁଣ ଷଡଙ୍ଗୀଙ୍କ ଘର ବଲାଙ୍ଗୀର ଜିଲ୍ଲା । ତାଙ୍କ ଚାକିରି କାଳ ମଧ୍ୟରେ ସେ ରାୟଗଡ଼ା, ଜଗତସିଂହପୁର, ବ୍ରହ୍ମପୁର, କଟକ (ରେଲୱେ), ଏଟିସି (ଏନଫୋର୍ସମେଣ୍ଟ), କୋରାପୁଟ, ଖୋର୍ଦ୍ଧା, ରାଉରକେଲା, କ୍ରାଇମବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ପରେ ଡିଆଇଜି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ (ତାଳଚେର), ଅପରେସନ (ଭୁବନେଶ୍ବର), ଆଇନ ଓ ଶୃଙ୍ଖଳା, କଟକ ଠାରେ କାର୍ଯ୍ୟ କରିଥିଲେ । ସେହିପରି ଆଇଜିପି (ଆଇନ ଓ ଶୃଙ୍ଖଳା), କଟକ ସମେତ ବିପିଏସପିଏ, ଭୁବନେଶ୍ବରର ଅତିରିକ୍ତ ଦାୟିତ୍ଵ ତୁଲାଇ ଥିଲେ । ବିପିଏସପିଏର ଆଇଜିପି (ଟ୍ରେନିଂ), ଆଇଜିପି (ଅପରେସନ), (ଗୁଇନ୍ଦା), ଭିଜିଲାନ୍ସ  ଭାବେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ । ଏହାପରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ଏବଂ ନିର୍ଦ୍ଦେଶକ (ବିପିଏସପିଏ), ଭୁବନେଶ୍ବରରେ କାର୍ଯ୍ୟ କରୁଥିଲେ । ଏହାପରେ ତାଙ୍କର ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ହୋଇଥିଲା । ଏବେମଧ୍ୟ ସେଠାରେ ସେ ନିର୍ଦ୍ଦେଶକ (ବିପିଏସପିଏ) ଭାବେ କାର୍ଯ୍ୟରତ ଅଛନ୍ତି । ​ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Also Read- ଆହୁରି ସୁବିଧା ହେଲା ଜଗା ଦର୍ଶନ: ବଡ଼ଦାଣ୍ଡରେ ଖୋଲିଲା ଏସି ଟନେଲ

Also Read- Vaishno Devi Visit: ନୂଆ ବର୍ଷରେ ଯାଉଛନ୍ତି କି ମାଆଙ୍କ ମନ୍ଦିର? ଏହା ନମାନିଲେ ଦର୍ଶନରୁ ହେବେ ବଞ୍ଚିତ