Heat wave alert: ଖରାରେ କାମ କରାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ସତର୍କ କରାଇଲେ ଏସ୍‌ଆରସି
Advertisement
Article Detail0/zeeodisha/odisha2272072

Heat wave alert: ଖରାରେ କାମ କରାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ସତର୍କ କରାଇଲେ ଏସ୍‌ଆରସି

SRC Heatwave Warning: ସମଗ୍ର ରାଜ୍ୟରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ର ଅବସ୍ଥା ଲାଗି ରହିଛି। ଯାହାକୁ ନେଇ ଏସଆରସି ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି। ତେବେ ୧୦ଟି ବିନ୍ଦୁରେ ଜାଣନ୍ତୁ ସବୁକିଛି।

Heat wave alert (ସାଙ୍କେତିକ ଫଟୋ)

Heat wave alert: ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଅସହ୍ୟ ତାତିରେ ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସହ ଅଂଶୁଘାତଜନୀତ ମୃତ୍ୟୁ ମଧ୍ୟ ବୃଦ୍ଧି ପାଉଛି । ସମଗ୍ର ରାଜ୍ୟରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ର ଅବସ୍ଥା ଲାଗି ରହିଛି । ଯାହାକୁ ନେଇ ଏସଆରସି ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି।

-ହିଟ୍‌ୱେଭ ନେଇ ସତର୍କ କଲେ ଏସ୍‌ଆରସି ସତ୍ୟବ୍ରତ ସାହୁ।
-ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍‌ୱେଭ ଜାରି ରହିବ।
-ଅତ୍ୟଧିକ ତାତି ପାଇଁ ପିକ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। 
-ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଚେତାବନୀ ଦେଇଛନ୍ତି।
-ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ମନା କରାଯାଇଛି। 
-ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ବାହାରିଲେ ହାଲୁକା ସୂତା ବସ୍ତ୍ର ପିନ୍ଧିବା ସହ ଛତା, ଜୋତା, ପାଣି ବୋତଲ, ଓଆରଏସ ସାଙ୍ଗରେ ନେବେ । 
-ବୃଦ୍ଧବୃଦ୍ଧା, ଗର୍ଭବତୀ, ରୋଗୀ ଏବଂ ଶିଶୁଙ୍କୁ ବେଶୀ ସତର୍କ ରହିବାକୁ ନିବେଦନ କରାଯାଇଛି

(Written By-Tapasa Gyanadarshini)

Also Read: Lessons from Ramayan: ରାମାୟଣର ସେହି ତିନି ବଡ ରହସ୍ୟ, ଯାହା ବଦାଳାଇଦେବ ଆପଣଙ୍କ ଜୀବନ

Also Read: Odisha Heatstroke: ପ୍ରବଳ ଖରାରେ ଅଂଶୁଘାତର ପ୍ରକୋପ, ୨୪ ଘଣ୍ଟାରେ ଗଲାଣି ୩୫ ଜଣଙ୍କ ଜୀବନ!