Ratna Bhandar: ରତ୍ନ ଭଣ୍ଡାର ଖୋଲିବା ଲାଗି ଆସିବ ଏସ୍‍ଓପି, ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ଦେଲେ କମିଟି
Advertisement
Article Detail0/zeeodisha/odisha2331848

Ratna Bhandar: ରତ୍ନ ଭଣ୍ଡାର ଖୋଲିବା ଲାଗି ଆସିବ ଏସ୍‍ଓପି, ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ଦେଲେ କମିଟି

ଭୁବନେଶ୍ୱର: ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଆସନ୍ତା ୧୪ ତାରିଖରେ ଖୋଲାଯିବ। ନଯୁ୍କ୍ତ ହୋଇଥିବା   ଜଷ୍ଟିସ ବିଶ୍ୱନାଥ ରଥ କମିଶନଙ୍କ ସୁପାରିସ ଅନୁସାରେ ସରକାର ଆବଶ୍ୟକ ବ୍ୟବସ୍ଥା ଉପଲବ୍ଧ କରାଇବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ‘ରତ୍ନ ଭଣ୍ଡାର ଖୋଲିବା ନେଇ ଗଠିତ କମିଟିର ସଂକଳ୍ପ

Ratna Bhandar: ରତ୍ନ ଭଣ୍ଡାର ଖୋଲିବା ଲାଗି ଆସିବ ଏସ୍‍ଓପି, ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ଦେଲେ କମିଟି

Ratna Bhandar: ଭୁବନେଶ୍ୱର: ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଆସନ୍ତା ୧୪ ତାରିଖରେ ଖୋଲାଯିବ। ନଯୁ୍କ୍ତ ହୋଇଥିବା   ଜଷ୍ଟିସ ବିଶ୍ୱନାଥ ରଥ କମିଶନଙ୍କ ସୁପାରିସ ଅନୁସାରେ ସରକାର ଆବଶ୍ୟକ ବ୍ୟବସ୍ଥା ଉପଲବ୍ଧ କରାଇବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ‘ରତ୍ନ ଭଣ୍ଡାର ଖୋଲିବା ନେଇ ଗଠିତ କମିଟିର ସଂକଳ୍ପ ସରକାରଙ୍କ ପାଖରେ ଆଜି ଉପସ୍ଥାପନ ହେବ। ଏହାପରେ ସରକାର ପ୍ରସ୍ତାବିତ ଏସ୍‍ଓପିକୁ ଆଲୋଚନା କରି ସରକାର ନିଷ୍ପତ୍ତି ନେବେ’। 

ହେଲେ କମିଶନ  ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ସ୍ପଷ୍ଟ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ନେଇ ଶ୍ରୀ ହରିଚନ୍ଦନ ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସରକାର ବହୁତ ଗମ୍ଭୀରତାର ସହ ଚିନ୍ତା କରିଛନ୍ତି।  ଭଣ୍ଡାର ଖୋଲିବାର ତାରିଖ ସମାନ ରହିବ, ସେହି ତାରିଖରେ ଖାଲିବା ଲାଗି ଯୋଜନା କରୁଛୁ। ଯେଉଁ ଏସ୍‍ଓପି ପ୍ରସ୍ତାବିତ ହୋଇଛି ତାହା ନୀତି କାନ୍ତି ସହ ଖାପ ଖାଉଛି କି ନାହିଁ ବି ବିଷୟରେ ଯାଞ୍ଚ କରି ସରକାର ନିଷ୍ପତ୍ତି ନେବେ’। 

ଭିତର ରତ୍ନ ଭଣ୍ଡାର ୧୯୭୮ ମସିହାରେ ଶେଷ ଥର ପାଇଁ ଖୋଲାଯାଇଥିଲା। ସେତେବେଳେ ଯେଉଁ ଅଳଙ୍କାର ଏବଂ ରତ୍ନ ତାଲିକା ଦିଆଯାଇଥିଲା ସେ ତାଲିକା ସରକାରଙ୍କ ପାଖରେ ରହିଛି। ଏବେ ଭିତର ରତ୍ନ ଭଣ୍ଡାରର କାନ୍ଥ ଏବଂ ଛାତ ସ୍ଥିତି ଭଲ ନଥିବାରୁ ଏହାର ମରାମତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏହିକ୍ରମରେ ରତ୍ନ ଭଣ୍ଡାର ଖୋଲିବା ପରେ ପ୍ରଥମେ ପୂର୍ବ ତାଲିକା ଅନୁସାରେ ଗହଣାକୁ ତଉଲା ଯିବ। ତା’ପରେ ଏହାକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତରଣ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। 

ମରାମତି କାର୍ଯ୍ୟ ପାଇଁ ଅପରାହ୍ଣ ୧ଟାରୁ ୫ଟା ଯାଏ ସମୟ ସ୍ଥିର କରାଯାଇଛି। ଅର୍ଥାତ୍‍ ଅପରାହ୍ଣ ୧ଟା ସୁଦ୍ଧା   ଦ୍ୱିତୀୟ ଭୋ ମଣ୍ଡପ ସମ୍ପାପ୍ତ କରିବାକୁ ହେବ। ଏହା ଅବଶ୍ୟ ପୂର୍ବରୁ କିଛିଦିନ ପାଳନ କରାଯାଇ ଥିଲା, କତନ୍ତୁ ସେବାୟତଙ୍କ ସହମତି ଆବଶ୍ୟକତା ରହିଛି। ଏଣୁ କିଛି ବିଶେଷ ରୀତି ନୀତି ଏହି ନିର୍ମାଣ ଅବଧିରେ ପଡ଼ୁଛି କି ନାହିଁ ତାହାକୁ ଦେଖି ସମୟ ନିର୍ଘଣ୍ଟ ହେବା ସମ୍ଭାବନା ରହିଛି। ଏଣୁ ସରକାର ସିଧାସଳଖ ସେବାୟତଙ୍କ ସହ ଏ ବାବଦରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। 

ପୁଣି କେଉଁମାନେ ବିଶେଷଜ୍ଞ ଭାବେ ରତ୍ନ ଭଣ୍ଡାର ଖୋଲିବା ଦଳରେ ରହିବେ ତାହାକୁ ମଧ୍ୟ ଏଠାରେ ସ୍ଥିର କରାଯିବ। ସରକାରୀ ଭାବେ ସେହି ବିଶେଷଜ୍ଞଙ୍କ ଯୋଗ୍ୟତା ଯାଞ୍ଚ କରାଯିବ। ରତ୍ନଭଣ୍ଡାରର ଚାବିକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ଏପରିକି ଭଣ୍ଡାର ମେକାପ, ଗଜପତି ମହାରାଜାଙ୍କ ପାଖରେ ଚାବି ରହିଥିଲେ ମଧ୍ୟ ପ୍ରଶାସନ ପାଖରେ ଥିବା ତୃତୀୟ ଚାବି ଏଯାଏ ପରିଚାଳନା କମିଟିର ହସ୍ତଗତ ହୋଇ ନାହିଁ। ଏଣୁ ସରକାର ଏହି ଚାବି ପାଇଁ କେବେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବେ ତାହାକୁ ଅପେକ୍ଷା କରାଯାଇଛି। ଯେଉଁ ୧୪ ତାରିଖ ଦିନ ରତ୍ନ ଭଣ୍ଡାର ଖୋଲିବାକୁ ନିର୍ଦ୍ଧାରଣ କରାଯାଇଛି, ସେହିଦିନ ସନ୍ଧ୍ୟା ଦର୍ଶନ ପଡ଼ୁଛି। ଅର୍ଥାତ୍‍ ସନ୍ଧ୍ୟାରେ ପୁରୀରେ ଅସମ୍ଭାଳ ଗହଳି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।  ପୂର୍ବରୁ ଏହି ଉଦାହରଣ ରହିଥିଲେ ମଧ୍ୟ ସରକାର ଯଦି ରତ୍ନ ଭଣ୍ଡାର କାର୍ଯ୍ୟରେ ବରିଷ୍ଠ ତଥା ଅଭିଜ୍ଞ ପୁଲିସଙ୍କୁ ନିଯୁକ୍ତ କରିବେ ତେବେ ଗହଳି ନିୟନ୍ତ୍ରଣ ପୁଣି ଏକ ସମସ୍ୟା ଭାବେ ସରକାରଙ୍କ ଆଗରେ ଠିଆ ହେବ। 

ଅପରପକ୍ଷେ ରତ୍ନ ଭଣ୍ଡାରରେ ଥିବା ରତ୍ନକୁ ତାଲିକା ଅନୁସାରେ ମେଳକ କରିବା ଲାଗି ସରକାରଙ୍କ ପାଖରେ ନୀଳାଦ୍ରୀ ବିଜେ ଯାଏ ସମୟ ରହିଛି। ପୁଣି ଏହି ସମୟରେ ରଥ ଉପରେ ପ୍ରଭୁଙ୍କୁ ସୁନା ବେଶ କରାଯିବ। ସୁନା ବେଶ ସମୟରେ ବାହାର ରତ୍ନ ଭଣ୍ଡାର ଅଳଙ୍କାରକୁ ବ୍ୟବହାର କରାଯିବ। ଏଣୁ ସ୍ୱଳ୍ପ ସମୟ ଭିତରେ ନିର୍ଦ୍ଧାରିତ ଦଳକୁ ଅନେକ କାର୍ଯ୍ୟ ସମାପନ କରିବାକୁ ପଡ଼ିବ। ଏଥିଲାଗି ସଂଯୋଜନା ନିହାତି ଆବଶ୍ୟକ। ପୂର୍ବରୁ ରଥ ଉପରେ ସେବାୟତଙ୍କ ଭିତରେ ଅସଙ୍ଗତି ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଛି। ମତ ପାର୍ଥକ୍ୟ, ଅସଙ୍ଗତି ଆଗକୁ ନୂଆ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇପାରେ।