Oath Taking Ceremony: ଆସନ୍ତା କାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ; ପଦ ଓ ଗୋପନୀୟତାର ଶପଥ ନେବେ ବିଧାୟକ
Advertisement
Article Detail0/zeeodisha/odisha2296190

Oath Taking Ceremony: ଆସନ୍ତା କାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ; ପଦ ଓ ଗୋପନୀୟତାର ଶପଥ ନେବେ ବିଧାୟକ

ଏନେଇ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆବଶ୍ୟକ ସମୀକ୍ଷା କରିବା ସହ ବିଧି ଅନୁସାରେ ସୁରକ୍ଷାବ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ବ୍ୟବସ୍ଥା ଲାଗି ୬୮ ପ୍ଲାଟୁନ ପୁଲିସ ମୁତୟନ ରହିଛନ୍ତି।

Oath Taking Ceremony: ଆସନ୍ତା କାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ; ପଦ ଓ ଗୋପନୀୟତାର ଶପଥ ନେବେ ବିଧାୟକ

Oath Taking Ceremony: ଭୁବନେଶ୍ୱର: ନବ ନିର୍ବାଚିତ ବିଧାୟକମାନେ ଆସନ୍ତା କାଲି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।  ବିଧି ଅନୁସାରେ କାମଚଳା ବାସସ୍ପତି ଏହି ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏଥିପାଇଁ ଗୃହର ବରିଷ୍ଠ ବିଧାୟକ ତଥା ବିଜେଡି ନେତା ଓ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଚୟନ କରାଯାଇଛି।  ତାଙ୍କୁ ରାଜ୍ୟପାଳ ରଘୁବର ଦାସ  ପୂର୍ବରୁ ଶପଥପାଠ କରାଇଛନ୍ତି। 

ଶପଥ ପାଠ ପରେ ଗୃହର ସମସ୍ତ ସଦସ୍ୟ ସର୍ବ ସମ୍ମତି କ୍ରମରେ ବାଚସ୍ପତିଙ୍କୁ ଚୟନ କରିବେ। ବାଚସ୍ପତି ଚୟନ ଲାଗି ୨୦ ତାରିଖକୁ ନିର୍ଘଣ୍ଟ କରାଯାଇଛି। ଏଥର ବିଜେପିର ସଂଖ୍ୟା ଗରିଷ୍ଠତା କାରଣରୁ ଏହି ଦଳର କୌଣସି ବରିଷ୍ଠ ନେତା ବାଚସ୍ପତି ହୋଇପାରନ୍ତି। ଏହିକ୍ରମରେ ସୁରମା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଛି। 

ପୁଲିସ ପ୍ରଶାସନ ପକ୍ଷରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି। ଏହା ସ୍ୱଳ୍ପ ସମୟ ଲାଗି ଜାରି ରହିବାକୁ ଥିବାରୁ  ସାମୟିକ ଟ୍ରାଫିକ୍‍ କଟକଣା ଜାରି କରିଛି। ଏନେଇ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆବଶ୍ୟକ ସମୀକ୍ଷା କରିବା ସହ ବିଧି ଅନୁସାରେ ସୁରକ୍ଷାବ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ବ୍ୟବସ୍ଥା ଲାଗି 6୮ ପ୍ଲାଟୁନ ପୁଲିସ ମୁତ୍ତୟନ ରହିଛନ୍ତି।