ବିଜେଡି ସରକାର ହଟିବା ନେଇ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର
Advertisement
Article Detail0/zeeodisha/odisha2288874

ବିଜେଡି ସରକାର ହଟିବା ନେଇ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର

ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ବିଜେଡି ଶାସନର ଅବସାନ ଘଟିଛି। ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥିମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ଓଡ଼ିଶାବାସୀ। 

ବିଜେଡି ସରକାର ହଟିବା ନେଇ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର

ଭୁବନେଶ୍ଵର, ଗାଁ ସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଥିବା ବିଜେଡି ସରକାରକୁ ରାଜ୍ୟବାସୀ ହଟାଇ ଦେଲେ। ବିଶେଷ କରି ଭି.କେ ପାଣ୍ଡିଆନ୍‌ଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଲେ। ଏଭଳି ଅଭିଯୋଗ ସହ ଓଡ଼ିଶାରେ ହେବାକୁ ଯାଉଥିବା ବିଜେପି ସରକାରକୁ ସ୍ଵାଗତ କହିଛନ୍ତି ଗାଁ ସାଥୀ ସଂଘ। ଏହି ଅବସରରେ ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଭୁବନେଶ୍ୱର ରାମ ମନ୍ଦିରରେ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି। 

ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ବିଜେଡି ଶାସନର ଅବସାନ ଘଟିଛି। ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥିମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ଓଡ଼ିଶାବାସୀ। ଏହି ଅବସରରେ ଆଜି ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଭୁବନେଶ୍ୱର ରାମ ମନ୍ଦିରରେ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି। ବିଜେପି ସରକାରରେ ଗାଁ ସାଥିମାନଙ୍କ ସ୍ୱାର୍ଥକୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଗାଁ ସାଥୀମାନେ ଆଶା ରଖିଛନ୍ତି। ଏହା ପୂର୍ବରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ବିଜେପିର ବିଜୟକୁ ନେଇ ସଂଘ ପକ୍ଷରୁ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ବୋଲି କହିଛନ୍ତି।

Also Read- ନୂଆ ଫିଲ୍ମ "ବୋହୂ ଆମର ମାଟ୍ରିକ ଫେଲ" ଦେଖନ୍ତୁ ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ