Road Accident: ସ୍କୁଟି ଓ ବସ୍ ମୁହାଁମୁହିଁ ଧକ୍କା, ୨ ସ୍କୁଟି ଆରୋହୀ ମୃତ
Advertisement
Article Detail0/zeeodisha/odisha2115859

Road Accident: ସ୍କୁଟି ଓ ବସ୍ ମୁହାଁମୁହିଁ ଧକ୍କା, ୨ ସ୍କୁଟି ଆରୋହୀ ମୃତ

Road Accident: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟି ଓ ବସ୍ ମୁହାଁମୁହିଁ ଧକ୍କା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋଟିନଡା ଥାନା କଲେଜ ଛକ ନିକଟରେ ।

Road Accident: ସ୍କୁଟି ଓ ବସ୍ ମୁହାଁମୁହିଁ ଧକ୍କା, ୨ ସ୍କୁଟି ଆରୋହୀ ମୃତ

Road Accident: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟି ଓ ବସ୍ ମୁହାଁମୁହିଁ ଧକ୍କା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋଟିନଡା ଥାନା କଲେଜ ଛକ ନିକଟରେ ।

ଖବର ଅନୁଯାୟୀ, ‘ଦୀପକ’ ନାମକ ଏକ ଘରୋଇ ବସଟି ଆସିକାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା । ବସିଟି କୋଟିନଡ଼ା ଥାନା କଲେଜ ଛକ ନିକଟରେ ପହଁଞ୍ଚିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୨ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳର କୁନାସ ସାହୁ ଓ କେ. ରାଜେଶ। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସେପଟେ କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ମୃତଦେହକୁ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

Also Read-Odisha Teachers Strike: ଓଷ୍ଟାର ଗଣଧାରଣା ଜାରି, ସାଧାରଣ ସମ୍ପାଦକଙ୍କ ଚେତାବନୀ ; ତୁରନ୍ତ ସମାଧାନ କର ନଚେତ୍..