ଆଳୁ ପାଇଁ ମମତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି
Advertisement
Article Detail0/zeeodisha/odisha2354639

ଆଳୁ ପାଇଁ ମମତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି

ତୁରନ୍ତ ବୁଝାମଣା କରି ସମାଧାନ ପାଇଁ ଉଦ୍ୟମ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । 

ଆଳୁ ପାଇଁ ମମତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଆଳୁ ଦର ବଢିବା ପରେ ରାଜ୍ୟର ଖାଉଟିମାନେ ଏବେ ଚିନ୍ତାରେ । ରୋଷେଇ ଘରେ ସତେ ଯେମିତି ଚଡକ ପଡିବା ଆରମ୍ଭ ହେଲାଣି । ଆଜି ରପ୍ତାନୀ ଅନୁମତି ନପାଇ ଓଡ଼ିଶା ସୀମାରେ ଅଟକିଥିବା ଶତାଧିକ ଆଳୁଟ୍ରକ ପଶ୍ଚିମବଙ୍ଗ ଫେରିଯାଇଛି । ଏହି ଖବର ପାଇବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ।

ସୂଚନା ମୁତାବକ, ତୁରନ୍ତ ବୁଝାମଣା କରି ସମାଧାନ ପାଇଁ ଉଦ୍ୟମ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ପଶ୍ଚିମବଙ୍ଗରୁ କିପରି ଓଡ଼ିଶାକୁ ଆଳୁ ଆସିବ ସେ ଦିଗରେ ତୁରନ୍ତ ପଦକ୍ଷପ ନେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ଜଣାପଡିଛି ।

ଆପଣଙ୍କୁ କହିରଖୁଛୁ, ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇଥିଲା ଆଳୁ ଟ୍ରକ । ଅନ୍ୟପଟେ ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମବଙ୍ଗ ଆଳୁ ନଦେଲେ ରାଜ୍ୟକୁ ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

Also Read- ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ, ୬ ଜଣଙ୍କୁ ଧରିଲା ପୋଲିସ

Also Read- ଏମିତି ବି ମୃତ୍ୟୁ ଆସେ, ନୃତ୍ୟ ଶିଖାଇବା ସମୟରେ ନିର୍ଦ୍ଦେଶକଙ୍କୁ ହୃଦଘାତ