Flight Service: ରାଜ୍ୟ ସରକାର ଦେଲେ ଖୁସି ଖବର, ଓଡ଼ିଶାର ଏହି ଜିଲ୍ଲାରୁ ଆରମ୍ଭ ହେବ ବିମାନ ସେବା
Advertisement

Flight Service: ରାଜ୍ୟ ସରକାର ଦେଲେ ଖୁସି ଖବର, ଓଡ଼ିଶାର ଏହି ଜିଲ୍ଲାରୁ ଆରମ୍ଭ ହେବ ବିମାନ ସେବା

Flight Service: ବିକାଶ ପଥରେ ଆଗଉଛି ଓଡି଼ଶା (odisha)। ଏଣିକି ଦୁର୍ଗମ ଅଞ୍ଚଳରୁ ରାଜଧାନୀକୁ (bhubaneswar) ଯାତ୍ରା ହେବ ଆହୁରି ସହଜ । ଆକାଶ ପଥରେ ଯୋଡ଼ି ହେବ ଦୁର୍ଗମ ଅଞ୍ଚଳ। ପଢନ୍ତୁ ପୂରା ରିପୋର୍ଟ...

Flight Service: ରାଜ୍ୟ ସରକାର ଦେଲେ ଖୁସି ଖବର, ଓଡ଼ିଶାର ଏହି ଜିଲ୍ଲାରୁ ଆରମ୍ଭ ହେବ ବିମାନ ସେବା

Flight Service : ବିକାଶ ପଥରେ ଆଗଉଛି ଓଡି଼ଶା (odisha)। ଏଣିକି ଦୁର୍ଗମ ଅଞ୍ଚଳରୁ ରାଜଧାନୀକୁ (bhubaneswar) ଯାତ୍ରା ହେବ ଆହୁରି ସହଜ । ଆକାଶ ପଥରେ ଯୋଡ଼ି ହେବ ଦୁର୍ଗମ ଅଞ୍ଚଳ। ଖୁବଶିଘ୍ର ରାଜଧାନୀ ମାଲକାନଗିରିରୁ ଭୁବନେଶ୍ବରକୁ ଉଡିବ ବିମାନ । ଏନେଇ ଜୋରସୋରରେ ଆଗେଇ ଚାଲିଛି ମାଲକାନଗିରି ବିମାନବନ୍ଦର କାର୍ଯ୍ୟ । ଖୁବ୍ କମ୍ ମୂଲ୍ୟରେ ମାଲକାନଗିରିରୁ ରାଜଧାନୀ ଭୁବନେଶ୍ବର ସହ ଅନ୍ୟ ରାଜ୍ୟକୁ ଯାତ୍ରା କରିପାରିବେ ମାଲକାନଗିରିବାସୀ। 

ଏହାବି ପଢନ୍ତୁ : Flight Service: ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡି଼ବ ବିମାନ, ଏହି ଚାରିଦିନ ମିଳିବ ସେବା

ଏହାବି ପଢନ୍ତୁ : CBSE Exam 2024: ଏହି ଦିନଠୁ ଆରମ୍ଭ ହେବ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ଦେଖନ୍ତୁ ପୂରା କାର୍ଯ୍ୟସୂଚୀ

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଏନେଇ ମାଲକାନଗିରିରେ ନିର୍ମାଣଧୀନ ଏଆରଷ୍ଟ୍ରିପର ନିରୀକ୍ଷଣ କରିଛନ୍ତି ଆଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଓ ବିମାନ ବନ୍ଦର ପ୍ରାଧିକରଣ ଏଜିଏମ ପ୍ରଦୀପ୍ତ କୁମାର ବେଜ । ସେ କହିଛନ୍ତି କାମ ଜୋରସୋରରେ ଚାଲିଛି। ତେବେ, ଉଭୟ ଅଧିକାରୀଙ୍କ ନିରିକ୍ଷଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ,  ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରା ଓ ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତ ଉପସ୍ଥିତ ଥିଲେ। ଏବଂ କାର୍ଯ୍ୟ ତଦାରଖ କରିଥିଲେ। ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ସେହିପରି, ନୂଆବର୍ଷ ପୂର୍ବରୁ  ଝାରସୁଗୁଡା-ଭୁବନେଶ୍ବର ସେକ୍ଟରରେ ପୁଣି ଥରେ ନିୟମିତ ବିମାନ ସେବା ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି (Jharsuguda to Bhubaneswar Flight Service)।  ଓ୍ବିଣ୍ଟର ସିଡ୍ୟୁଲରେ ପୁଣିଥରେ  ଭୁବନେଶ୍ବରକୁ  ବିମାନ ସେବା ପ୍ରଦାନ କରିବା ପାଇଁ ଯାଉଛି ଏଲାଏନ୍ସ ଏୟାର୍ । ଏଲାଏନ୍ସ ଏୟାରର  ବିମାନ ସପ୍ତାହକରେ ୪ ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର  ଚଳାଚଳ କରିବ ବୋଲି ଜଣାପଡି଼ଛି। ବିମାନ ସଂନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ବର ରୁ ଝାରସୁଗୁଡାକୁ ପହଞ୍ଚିବାକୁ ଥିବା ଏବଂ ଝାରସୁଗୁଡାରୁ ୫ଟା ୫୫ରେ ଭୁବନେଶ୍ବରକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିଓ୍ବାରି ସୂଚନା ଦେଇଛନ୍ତି।