Bhubaneswar to Guwahati: ଏହି ଦିନ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିବ ଡ଼ାଇରେକ୍ଟ ଫ୍ଲାଇଟ୍
Advertisement

Bhubaneswar to Guwahati: ଏହି ଦିନ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିବ ଡ଼ାଇରେକ୍ଟ ଫ୍ଲାଇଟ୍

Bhubaneswar to Guwahati flight: ଏଣିକି ସହଜ ହେବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତ୍ରା। କାରଣ ଆସନ୍ତା ୨୯ ତାରିଖରୁ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିବ ଡ଼ାଇରେକ୍ଟ ଫ୍ଲାଇଟ୍ (Direct flight to Guwahati) । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ କମିବ ଯାତାୟାତ ସମୟ । ୨୧ତମ ସ୍ଥାନ ଭାବେ ରାଜଧାନୀରୁ ଭୁବନଶ୍ୱରରୁ (Bhubaneswar) ଗୌହାଟିକୁ (Guwahati) ଉଡ଼ିବ ବିମାନ ।

ସୌ(ସୋସିଆଲ ମିଡିଆ)

Bhubaneswar to Guwahati flight: ରାଜଧାନୀରୁ ସିଧାସଳଖ ଗୌହାଟିକୁ ଉଡ଼ିବ ବିମାନ (Bhubaneswar to Guwahati flight) । ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର- ଗୌହାଟୀକୁ ଆରମ୍ଭ ହେବ ବିମାନ ସେବା (Flight service)।

ସୂଚନା ଅନୁଯାୟୀ, ଏଣିକି ସହଜ ହେବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତ୍ରା। କାରଣ ଆସନ୍ତା ୨୯ ତାରିଖରୁ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିବ ଡ଼ାଇରେକ୍ଟ ଫ୍ଲାଇଟ୍ (Direct flight to Guwahati) । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ କମିବ ଯାତାୟାତ ସମୟ । ୨୧ତମ ସ୍ଥାନ ଭାବେ ରାଜଧାନୀରୁ ଭୁବନଶ୍ୱରରୁ (Bhubaneswar) ଗୌହାଟିକୁ (Guwahati) ଉଡ଼ିବ ବିମାନ । ଆସନ୍ତା ଅକ୍ଟୋବର ୨୯ ତାରିଖରୁ ପ୍ରତିଦିନ ଭୁବନେଶ୍ୱର-ଗୌହାଟି ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ (Indigo) । ତେବେ ବିମାନ ଚଳାଚଳ ଫଳରେ ଭୁବନେଶ୍ୱରରୁ ଗୌହାଟକୁ ଯାତ୍ରା ପାଇଁ ମାତ୍ର ଦେଢ଼ ଘଣ୍ଟା ସମୟ ଲାଗିବ । ପ୍ରତିଦିନ ବିମାନ ଅପରାହ୍ନ ୧ଟା ୨୫ରୁ ଭୁବନଶ୍ୱରରୁ ଛାଡ଼ିବ ଓ ୨ଟା ୫୫ ମିନିଟ୍ ରେ ଗୌହାଟିରେ ପହଞ୍ଚିବ । ସେହିପରି ବିମାନ ଗୌହାଟିରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ୱରର ବିମାନ ବନ୍ଦରରୁ ସୁରଟ, ଜମ୍ମୁ ଓ ଚଣ୍ଡିଗଡକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (Biju Patnaik International Airport) ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

Also Read-Top 10 Afternoon News Headlines: ଅପରାହ୍ନର ୧୦ ବଡ଼ ଖବର