Singer Santilata Barik: ଭଜନ ଦୁନିଆରେ ଆଉ ଏକ ଶୂନ୍ୟତା, ଚାଲିଗଲେ ଶାନ୍ତିଲତା
Advertisement
Article Detail0/zeeodisha/odisha2184646

Singer Santilata Barik: ଭଜନ ଦୁନିଆରେ ଆଉ ଏକ ଶୂନ୍ୟତା, ଚାଲିଗଲେ ଶାନ୍ତିଲତା

ବିଶିଷ୍ଟ ଭଜନ ଗାୟିକା ତଥା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି । ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ବାମୀ ବସନ୍ତ ଛୋଟରାୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ଆସନ୍ତାକାଲ

Singer Santilata Barik: ଭଜନ ଦୁନିଆରେ ଆଉ ଏକ ଶୂନ୍ୟତା, ଚାଲିଗଲେ ଶାନ୍ତିଲତା

Singer Santilata Barik: ବିଶିଷ୍ଟ ଭଜନ ଗାୟିକା ତଥା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି । ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ବାମୀ ବସନ୍ତ ଛୋଟରାୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ଆସନ୍ତାକାଲି (ମଙ୍ଗଳବାର) ପୁରୀ ସ୍ବର୍ଗଦ୍ବାରରେ ଶାନ୍ତିଲତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି ।

ଶାନ୍ତିଲତାଙ୍କ ବିୟୋଗରେ ସମଗ୍ର ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶାର ଭଜନପ୍ରେମୀଙ୍କ ପାଇଁ ଶାନ୍ତିଲତା ଅତ୍ୟନ୍ତ ପରିଚିତ ନାଁ । ଭକ୍ତିର ସହିତ ସେ ଗାଇଥିବା ଅନେକ ଭଜନକୁ ପସନ୍ଦ କରନ୍ତି ସଙ୍ଗୀତପ୍ରେମୀ । ତାଙ୍କ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ଭାବ ଭକ୍ତି ଯୋଡି ହୋଇ ରହିଛି । ସେ ଗାଇଥିବା ଭଜନ ମଧ୍ୟରେ, ହେ ଚକାନୟନ, ଏକା ମୋ ଜଗା ସବୁରି ମୂଳ,  ମୁଁ ଯେ ଦେଉଳ ବେଢ଼ା ଦୀପ ଇତ୍ୟାଦି ରହିଛି ।

Also Read- Vande Bharat Express: ମଇଁଷି ସହ ଧକ୍କା ହେଲା ବନ୍ଦେ ଭାରତ, ଇଞ୍ଜିନ୍ କ୍ଷତିଗ୍ରସ୍ତ