Odisha News: ଶିକ୍ଷକ ବଦଳି ଆବେଦନ ତାରିଖ ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?
Advertisement
Article Detail0/zeeodisha/odisha1987046

Odisha News: ଶିକ୍ଷକ ବଦଳି ଆବେଦନ ତାରିଖ ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: ଶିକ୍ଷକ ବଦଳି ଆବେଦନ ତାରିଖ ବୃଦ୍ଧି ହୋଇଛି।  ତେବେ, ଆବେଦନ ସମୟରେ ପୋର୍ଟାଲରେ ବୌଷୟିକ  ତ୍ରୃଟି  ଦେଖାଦେଇ ଥିବାରୁ  ଅନେକ ଶିକ୍ଷକ  ଆବେଦନ କରିବାକୁ ବଞ୍ଚିତ ହୋଇଥିଲେ। ଶିକ୍ଷକ ପ୍ରୋଫାଇଲ୍ ଅପଡେଟ୍ କରିବାକୁ ଥିବା ଏଚଆରଏମଏସ୍ ପୋର୍ଟାଲ୍ ମଧ୍ୟ କାମ କରୁ ନଥିବା ଶିକ୍ଷକମାନେ ଅଭିଯୋଗ କରିଥିଲେ। ଫଳରେ ଆବେଦନରେ  ଅସୁବିଧା ହେଉଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (Department of School and Mass Education) ଦୃଷ୍ଟିକୁ ଆଣିଥିଲେ।  

 Odisha News: ଶିକ୍ଷକ ବଦଳି ଆବେଦନ ତାରିଖ ବୃଦ୍ଧି, ଜାଣନ୍ତୁ ଲାଷ୍ଟ ଡେଟ୍ କେବେ?

Odisha News: ଶିକ୍ଷକ ବଦଳି ଆବେଦନ ତାରିଖ ବୃଦ୍ଧି ହୋଇଛି। ଡିସେମ୍ବର ୧୫ ତାରିଖକୁ ଆବେଦନ ତାରିଖ  ବୃଦ୍ଧି କରାଯାଇଛି।  ତେବେ, ଆବେଦନ ସମୟରେ ପୋର୍ଟାଲରେ ବୌଷୟିକ  ତ୍ରୃଟି  ଦେଖାଦେଇ ଥିବାରୁ  ଅନେକ ଶିକ୍ଷକ  ଆବେଦନ କରିବାକୁ ବଞ୍ଚିତ ହୋଇଥିଲେ। ଶିକ୍ଷକ ପ୍ରୋଫାଇଲ୍ ଅପଡେଟ୍ କରିବାକୁ ଥିବା ଏଚଆରଏମଏସ୍ ପୋର୍ଟାଲ୍ ମଧ୍ୟ କାମ କରୁ ନଥିବା ଶିକ୍ଷକମାନେ ଅଭିଯୋଗ କରିଥିଲେ। ଫଳରେ ଆବେଦନରେ  ଅସୁବିଧା ହେଉଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (Department of School and Mass Education) ଦୃଷ୍ଟିକୁ ଆଣିଥିଲେ।  ଏହାପରେ ଆବେଦନ ତାରିଖ ବୃଦ୍ଧି କରାଯାଇଛି।  ପୂର୍ବରୁ  ଜାନୁଆରୀ ୨୬  ସୁଧା ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦାରିତ ହୋଇଥିବା ବେଳେ ଏଥିରେ ବିଳମ୍ବ ହୋଇପାରେ।  

Also Read: Malvika Raaj Wedding: ହାତକୁ ଦି ହାତ ହେଲେ ମାଳବିକା ରାଜ୍, ଦେଖନ୍ତୁ ଫଟୋ

ସୂଚନା ଅନୁସାରେ,  ଗତ ଅକ୍ଟୋବର ୩୦ରୁ ବଦଳି ପାଇଁ  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।। ଏଥିପାଇଁ ଅନଲାଇନ୍ ଆବେଦନ ପାଇଁ  ପୋର୍ଟାଲ୍ ମଧ୍ୟ ଖୋଲାଯାଇଥିଲା। ଏହା ମାଧ୍ୟମରେ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ୍ ଜରିଆରେ ବଦଳି ପାଇଁ ଆବେଦନ କରିପାରିବେ ବୋଲି  କୁହାଯାଇଥିଲା। ଏହି ପ୍ରକ୍ରିୟା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଶିକ୍ଷକଙ୍କ ବଦଳି ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ଅବଗତ କରିଥିଲା । ବଦଳି ପ୍ରକ୍ରିୟା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ ବୋଲି କୁହାଯାଇଥିଲା।