ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ
Advertisement
Article Detail0/zeeodisha/odisha2030327

ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ

ଏକ ୧୨ ଚକିଆ ଟ୍ରକ କେନ୍ଦୁଝର ରାସ୍ତାରେ ପାଲଲହଡା ଯାଉଥିବା ସମୟରେ କଣ୍ଟାବାହାଳ ଛକ ନିକଟରେ ହାତୀକୁ ଧକ୍କା ଦେଇଛି ।

ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ

କେନ୍ଦୁଝର: ଆଇରନ ବୋଝେଇ ଟ୍ରକ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଛି । କେନ୍ଦୁଝର ବନଖଣ୍ଡ ୪୯ ନମ୍ୱର ଜାତୀୟ ରାଜପଥରେ ଏପରି ଏକ ଦୁର୍ଘଟଣା ଘଟିଛି । ଏକ ୧୨ ଚକିଆ ଟ୍ରକ କେନ୍ଦୁଝର ରାସ୍ତାରେ ପାଲଲହଡା ଯାଉଥିବା ସମୟରେ କଣ୍ଟାବାହାଳ ଛକ ନିକଟରେ ହାତୀକୁ ଧକ୍କା ଦେଇଛି ।

ସୂଚନା ମୁତାବକ, ହାତୀଟି ରାସ୍ତା ପାର କରୁଥିବା ସମୟରେ ଆଇରନ ବୋଝେଇ ଟ୍ରକଟି ତାକୁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ହାତୀଟି ରାସ୍ତା କଡ ନିକଟରେ ଥିବା ଚାଷ ଜମିରେ ପଡିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେଶ୍ କିଛି ସମୟ ଯନ୍ତ୍ରଣା ପାଇବା ପରେ ଶେଷରେ ହାତୀର ମୃତ୍ୟୁ ହୋଇଥିଲା ।  ଏ ସମ୍ପର୍କରେ ବନ ବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛନ୍ତି ବନ ବିଭାଗ କର୍ମଚାରୀ ।

Also Read- Rahu Makes You Rich: ଆପଣଙ୍କୁ ଧନୀ କରିବେ ରାହୁ !

Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...