Sonepur News: ହାରିଗଲେ ଦୁଖୀ ନେଗୀ, ୧୮ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ ହୋଇଥିଲେ ଉଦ୍ଧାର
Advertisement
Article Detail0/zeeodisha/odisha1958455

Sonepur News: ହାରିଗଲେ ଦୁଖୀ ନେଗୀ, ୧୮ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ ହୋଇଥିଲେ ଉଦ୍ଧାର

Sonepur News: ଜୀବନ ସଂଗ୍ରାମରେ ହାରିଗଲେ ୮୦ ବର୍ଷିୟ ବୃଦ୍ଧା (Elderly Woman) । ଦିର୍ଘ ୧୮ ଘଣ୍ଟା ପରେ ୨୦ ଫୁଟର ପରିତ୍ୟକ୍ତ ବୋରଓ୍ବେଲରୁ ବୃଦ୍ଧାଙ୍କୁ କରାଯାଇ (Rescued From 20 Feet Borewell In Sonepur) ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା  । ମାତ୍ର  ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  

Sonepur News: ହାରିଗଲେ ଦୁଖୀ ନେଗୀ, ୧୮ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ ହୋଇଥିଲେ ଉଦ୍ଧାର

Sonepur News: ଜୀବନ ସଂଗ୍ରାମରେ ହାରିଗଲେ ୮୦ ବର୍ଷିୟ ବୃଦ୍ଧା (Elderly Woman) । ଦିର୍ଘ ୧୮ ଘଣ୍ଟା ପରେ ୨୦ ଫୁଟର ପରିତ୍ୟକ୍ତ ବୋରଓ୍ବେଲରୁ ବୃଦ୍ଧାଙ୍କୁ କରାଯାଇ (Rescued From 20 Feet Borewell In Sonepur) ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା  । ମାତ୍ର  ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ଅଗ୍ନିଶମ ବାହିନୀ ଓ ଜାତୀୟ ବିପର୍ଯ୍ୟୟ ପ୍ରସମନ ଫୋର୍ସ (NDRF)ର କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ଅପରେସନ୍ କାର୍ଯ୍ୟରେ ଲାଗିଥିଲେ। ସେପଟେ, ବୃଦ୍ଧାଙ୍କ ଜୀବନ ବଞ୍ଚାଇବା ପାଇଁ ପୂର୍ବରୁ ତାଙ୍କ ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ ପହଞ୍ଚା ଯାଇଥିଲା।

Also Read: Puri News: ସ୍ଵର୍ଗଦ୍ଵାର ୱେବସାଇଟ୍ ଲଞ୍ଚ, ଏଣିକି ଶବଦାହ ପାଇଁ ଆଗୁଆ କରିପାରିବେ ବୁକିଂ

ସୂଚନା ଅନୁସାରେ, ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ଗାଁର ୮୦ ବର୍ଷିୟ ବୃଦ୍ଧା ଦୁଖୀ ନେଗୀ ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଗାତରେ ଖସି ପଡ଼ିଥିଲେ। ବୃଦ୍ଧା ଜଣଙ୍କ ଝିଅ ଘରୁ ନିଜ ଘରକୁ ଫେରୁଥିଲା ବେଳେ ଅସାବଧାନତା କାରଣରୁ ବୋରୱେଲ ଗାତରେ ଖସି ପଡ଼ିଥିଲେ। ପରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ ପହଞ୍ଚିଥିଲା। ପରେ ଆରମ୍ଭ ହୋଇଥିଲା ଅପରେସନ୍। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।

ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ  ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ୪୨ ଜଣିଆ ଏମଡିଆରଏଫ ଟିମ୍‌ ମୁଣ୍ଡଳିରୁ ଯାଇଥିଲେ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଗାତ ଭିତରେ  ଅର୍ଥାତ୍ ବୃଦ୍ଧାଙ୍କ ନିକଟରେ ଏକ ଚିତି ସାପ ରହିଥିଲା ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି । କିନ୍ତୁ ସାପଟି ବୃଦ୍ଧାଙ୍କୁ କାମୁ଼ଡି ନଥିଲା। ସେପଟେ, ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା, ଏଠି କିଏ ବୋରୱେଲ ଖୋଳି ତାକୁ ଖୋଲା ଛାଡ଼ିଥିଲା, ତାଙ୍କ ବିରୋଧରେ କଡା଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।