ମହାସପ୍ତମୀରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ, ପୀଠରେ ଲାଗିଛି ଭକ୍ତଙ୍କ ଗହଳି
Advertisement
Article Detail0/zeeodisha/odisha1924726

ମହାସପ୍ତମୀରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ, ପୀଠରେ ଲାଗିଛି ଭକ୍ତଙ୍କ ଗହଳି

Ghatagaon Tarini: ଆଜି ବିଭିନ୍ନ ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମାଆଙ୍କ ସପ୍ତମୀ (Maha Saptami) ପୂଜା କରାଯାଉଛି । ମହାସପ୍ତମୀ ଦିନ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରିବା ନେଇ ବିଧି ରହିଛି ।

ସୌ(ସୋସିଆଲ ମିଡିଆ)

Ghatagaon Tarini Suna Besa: ଶାରଦୀୟ ଦୁର୍ଗାପୂଜା (Dussehra 2023) ପାଇଁ ଚଳଞ୍ଚଳ ପୁରଠୁ ପଲ୍ଲୀ । ଆଜି ବିଭିନ୍ନ ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମାଆଙ୍କ ସପ୍ତମୀ (Maha Saptami) ପୂଜା କରାଯାଉଛି । ମହାସପ୍ତମୀ ଦିନ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରିବା ନେଇ ବିଧି ରହିଛି ।

ମହା ସପ୍ତମୀରେ ମାଆଙ୍କ ଘଟ ସ୍ଥାପନା ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ ଓ ପ୍ରାଣ ପ୍ରତିଷ୍ଠା କରାଯାଇଛି ସପ୍ତମୀ ପୂଜା (Saptami Puja 2023) ଆରମ୍ଭ କରାଯାଇଥାଏ । ବିଶ୍ବାସ ରହିଛି ଯେ, ମାଆ ବେଲ ଗଛରେ ବାସ କରିଥାଆନ୍ତି । ତେଣୁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ଏହିକ୍ରମରେ ଷଷ୍ଠୀ ଦିନ ବେଲ ବୃକ୍ଷରୁ ଆଜ୍ଞାମାଲ ଆଣି ମାଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ କଳ୍ପାରମ୍ଭ, ଅଧିବାସ ଆଦି ରୀତିନୀତି ସମ୍ପନ୍ନ କରାଯାଇଥିଲା । ଆଜି ସପ୍ତମୀ ତିଥିରେ ବେଲ ଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି ପୂଜକ । ଏହାପରେ ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜାବିଧି ଆରମ୍ଭ ହୋଇଛି ।

Also Read-Dussehra 2023: ଆଜି ମହାସପ୍ତମୀ, ମା’ କାଳରାତ୍ରୀଙ୍କ ଉପାସନା ଦ୍ବାରା ମିଳିଥାଏ ଏହିସବୁ ଲାଭ

ତେବେ ନବରାତ୍ରୀ (Navaratri) ଅବସରରେ ଘଟଗାଁ ତାରିଣୀଙ୍କ (Ghatagaon Tarini) ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି । ପ୍ରଥମ ଦିନରୁ ଷଷ୍ଠୀ ପର୍ଯ୍ୟନ୍ତ ତାରଣୀଙ୍କ ପୀଠରେ ନବରାତ୍ର ପୂଜା ହୋଇଥିବା ବେଳେ ମହାସପ୍ତମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଆଙ୍କ ସୁନାବେଶରେ (Suna Besa) ଦର୍ଶନ ଦେଇଥାଆନ୍ତି ମାଆ । ଭୋଟ ୪ଟାରୁ ମହାସ୍ନାନ, ମାଜଣା, ଷୋଡ଼ଶ ଉପଚାର ପୂଜା, ବଡ଼ିସିଂହାର ବେଶ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇ ସକାଳ ୬ଟାରେ ପହଡ଼ ଖୋଲାଯାଇଥିଲା । ତେବେ ମାଆଙ୍କ ଏହି ଦୁର୍ଲଭ ବେଶ ଦେଖିବାଲାଗି ସକାଳୁ ସକାଳୁ ପୀଠରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଭକ୍ତ ସମାଗମକୁ ନଜରରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।