କମ୍ବିଂ ଅପରେସନ ସମୟରେ ୭ ମାଓବାଦୀ ମୃତ, ବିପୁଳ ବିସ୍ଫୋରକ ଜବତ
Advertisement
Article Detail0/zeeodisha/odisha2228959

କମ୍ବିଂ ଅପରେସନ ସମୟରେ ୭ ମାଓବାଦୀ ମୃତ, ବିପୁଳ ବିସ୍ଫୋରକ ଜବତ

ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ଆଜି ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀଙ୍କ ସହ DRG ଏବଂ STF ଯବାନ ମୁହାଁମୁହିଁ ହେବା ଫଳରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୫ ପୁରୁଷ ମାଓବାଦୀ ଅଛନ୍ତି ।

କମ୍ବିଂ ଅପରେସନ ସମୟରେ ୭ ମାଓବାଦୀ ମୃତ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ଆଜି ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀଙ୍କ ସହ DRG ଏବଂ STF ଯବାନ ମୁହାଁମୁହିଁ ହେବା ଫଳରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୫ ପୁରୁଷ ମାଓବାଦୀ ଅଛନ୍ତି ।

ସୂଚନା ମୁତାବକ, ଟେକାମେଟା ଅଞ୍ଚଳରେ ମାଓବାଦୀ କିଛି ଯୋଜନା କରୁଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହେବା ଫଳରେ  ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ମାଓବାଦୀଙ୍କୁ ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ସାମଗ୍ରୀ ସମେତ ନକ୍ସଲ ବ୍ୟବହାର କରୁଥିବା ଏକେ ୪୭ ଜବତ କରାଯାଇଛି । ବସ୍ତର ଆଇଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Also Read- Heat Wave: ରାଜଧାନୀରେ ଖଇଫୁଟା ତାତି, ୨ଟା୩୦ ସୁଦ୍ଧା ୪୫ ଡ଼ିଗ୍ରୀ ପାର୍

Also Read- Indian Navyର ମୁଖ୍ୟ ହେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ