Srimandira: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ, ପୋଲିସ ପାଖରେ ଖବର ଅଛି ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ
Advertisement
Article Detail0/zeeodisha/odisha2588444

Srimandira: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ, ପୋଲିସ ପାଖରେ ଖବର ଅଛି ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ

Srimandira: ଖାଲି ଏତିକି ନୁହେଁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଅଞ୍ଚଳରେ କୌଣସି ଉଡାଣ ପାଇଁ ମନା କରାଯାଇଥିଲା ।ତେବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଘଟିଛି ଏଭଳି ଅଘଟଣ। ପୋଲିସ ର ଢିଲା ପଣିଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟି ଥାଇପାରେ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।

Srimandira: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ, ପୋଲିସ ପାଖରେ ଖବର ଅଛି ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ
Srimandira: ପୁଣି ନିଷିଦ୍ଧାଞ୍ଚଳରେ ଡ୍ରୋନ। ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡିବାକୁ ନେଇ ଚର୍ଚ୍ଚା। ଆଜି ଭୋର୍ ପ୍ରାୟ ୪ଟା ସମୟରେ ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ ପୁଣି ଏକ ଡ୍ରୋନ ଉଡ଼ିବାର ଚିତ୍ର ସାମନାକୁ ଆସିଛି। ନୋ ପ୍ଲାଇଂ ଜୋନରେ ଡ୍ରୋନ ଉଡିବାକୁ ସୁରକ୍ଷା କର୍ମୀ ବା ପୋଲିସ ପାଖରେ ଖବର ଅଛି ନା ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ।ପୂର୍ବରୁ ଅନେକ ଥର ଏଭଳି ଘଟଣା ଯୋଗୁଁ ଡ୍ରୋନ ଉଡାଇଥିବା ବ୍ୟକ୍ତି ବା ସଂସ୍ଥା ଅଡ଼ୁଆରେ ଫସିଥିଲେ। ତେବେ ଗତବର୍ଷ ଜଣେ ୟୁଟୁବର୍ ଡ୍ରୋନ୍ ଉଡ଼ାଇ ଭିଡିଓ ଫୋଟୋ ଉତ୍ତୋଳନ କଲାବେଳେ ହୋଇଥିଲା ତୁମ୍ବି ତୋଫାନ।
 
 ୟୁଟୁବର୍ ଜଣଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଙ୍ଗ ଜୋନ ବୋଲି ସ୍ପଷ୍ଟ କରାଯାଇଥିଲା। ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା। ଖାଲି ଏତିକି ନୁହେଁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଅଞ୍ଚଳରେ କୌଣସି ଉଡାଣ ପାଇଁ ମନା କରାଯାଇଥିଲା ।ତେବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଘଟିଛି ଏଭଳି ଅଘଟଣ। ପୋଲିସ ର ଢିଲା ପଣିଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟି ଥାଇପାରେ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।