Mission shaklti women: ନାରାବାଜିରେ କମ୍ପୁଛି ଭୁବନେଶ୍ବର ଲୋୟର ପିଏମଜି। ଭୁବନେଶ୍ବର ଲୋୟର ପିଏମଜିରେ ଦ୍ବିତୀୟ ଦିନ ଆନ୍ଦୋଳନରେ ଜିପିଏଲଏଫ ସଂଘ। ରାଜ୍ୟ ସରକାରଙ୍କ ସହ ଅଲ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି ସଂଘ।
Trending Photos
ଭୁବନେଶ୍ଵର: ବିଜେପି ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ବିଶେଷ କରି ରାଜ୍ୟରେ ମିଶନଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ଆଲୋଚନା ହୋଇଛି। ଯାହା ସେମାନଙ୍କ ହିତରେ ତାକୁ ନିଶ୍ଚିତଭାବେ ବିଚାର କରିବେ ସରକାର। ତେଣୁ କାହାରି କଥାରେ ବିଭ୍ରାନ୍ତ ନହୋଇ ରାସ୍ତାରେ ଗଡିବା ଦରକାର ନାହିଁ ବରଂ ଧୈର୍ୟ୍ୟ ଧରନ୍ତୁ ବୋଲି ଆନ୍ଦୋଳନରତ ମହିଳାଙ୍କୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ନାରାବାଜିରେ କମ୍ପୁଛି ଭୁବନେଶ୍ବର ଲୋୟର ପିଏମଜି। ଭୁବନେଶ୍ବର ଲୋୟର ପିଏମଜିରେ ଦ୍ବିତୀୟ ଦିନ ଆନ୍ଦୋଳନରେ ଜିପିଏଲଏଫ ସଂଘ। ରାଜ୍ୟ ସରକାରଙ୍କ ସହ ଅଲ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି ସଂଘ। ଧାରଣାସ୍ଥଳରେ ବିଜେଡି ସହ ସାମିଲ ହୋଇଛି କଂଗ୍ରେସ।
ସୂଚନା ଅନୁସାରେ ଗତକାଲିଠୁ ଲୋୟର ପିଏମଜିରେ ୯ ମାସର ବକେୟା ଦରମା ସମେତ ୧୦ ଦଫା ଦାବିରେ ମିଶନ ଶକ୍ତି ୬ଟି କ୍ୟାଡରରେ କାମ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନରେ MBK, ବ୍ୟାଙ୍କ୍ ମିତ୍ର,LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ଅଛନ୍ତି। ସଂଘ କହିଛି ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ଦାବି ଶୁଣୁନାହାନ୍ତି। ଯଦି ଶୀଘ୍ର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଓଡ଼ିଶାରେ ଥିବା ମିଶନ ଶକ୍ତିର ୬୦ ହଜାର କର୍ମୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ।