Anti Naxalite Operation: ମାଓବାଦ ଦମନ ପାଇଁ ଆବଶ୍ୟକ ହେଲିକ୍ୟାପ୍ଟର; କେନ୍ଦ୍ରକୁ ପାଖରେ ଦାବି ଜଣାଇଲା ଓଡ଼ିଶା
Advertisement

Anti Naxalite Operation: ମାଓବାଦ ଦମନ ପାଇଁ ଆବଶ୍ୟକ ହେଲିକ୍ୟାପ୍ଟର; କେନ୍ଦ୍ରକୁ ପାଖରେ ଦାବି ଜଣାଇଲା ଓଡ଼ିଶା

Left Wing Extremism Review Meeting Delhi:  ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ।  ଏହି ବୈଠକରେ ଏହି ବୈଠକରେ ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇଥିଲେ। 

 

Anti Naxalite Operation: ମାଓବାଦ ଦମନ ପାଇଁ ଆବଶ୍ୟକ ହେଲିକ୍ୟାପ୍ଟର; କେନ୍ଦ୍ରକୁ ପାଖରେ ଦାବି ଜଣାଇଲା ଓଡ଼ିଶା

Anti Left Wing Extremism Operation: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ରାଜ୍ୟରେ ମାଓବାଦୀ ଦମନ ସମ୍ପର୍କରେ ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଏବଂ ବଳିଷ୍ଠ ନେତୃତ୍ଵ ବଳରେ ଓଡ଼ିଶା ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ସରକାରଙ୍କ ଜନକୈନ୍ଦ୍ରିକ ନୀତି ଏବଂ ବିକାଶମୂଳକ ପଦକ୍ଷେପ କାରଣରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳର ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିଛି। 

ସିପିଆଇ ମାଓବାଦୀଙ୍କ ପ୍ରଭାବ କ୍ଷେତ୍ର ରହିଥିବା ୨୧ ଜିଲ୍ଲା ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ଏବେ ୧୦ ଜିଲ୍ଲାରେ ସୀମିତ ରହିଛି। ମାଓ ହିଂସାର ତୀବ୍ରତା କମିପାରିଛି ଏବଂ ବିପୁଳ ଜନସମର୍ଥନ ଆଧାରରେ ସ୍ଥାନୀୟ ମାଓ କ୍ୟାଡର ଙ୍କ ମାଓବାଦୀ ସଙ୍ଗଠନରେ ନିଯୁକ୍ତି ହେବାର ପ୍ରକ୍ରିୟା ହ୍ରାସ ପାଇଛି। ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ଉଗ୍ରବାଦରୁ ମୁକ୍ତ ହୋଇଥିବା କ୍ଷେତ୍ର ରାଜ୍ୟ ସରକାରଙ୍କ ସକ୍ରିୟ ବିକାଶମୂଳକ ପଦକ୍ଷେପ ଏବଂ ଜନକଲ୍ୟାଣକାରୀ ନୀତି କାରଣରୁ  ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଦେଖିଛନ୍ତି। 

ଦଶନ୍ଧି ଦଶନ୍ଧି ଧରି ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳକୁ ସୁରକ୍ଷା ବଳ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିପାରିଛି। ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଦ୍ଵାରା ଏହି ଅଞ୍ଚଳ ସାମାଜିକ, ଅର୍ଥନୈତିକ, ରାଜନୈତିକ ଧାରାର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛି। ଗୁରୁପ୍ରିୟା ସେତୁ ନିର୍ମାଣ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଜୀବିକାରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି। ପାଠପଢାର ସୁବିଧା ପାଇଁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ୭ ହଜାରରୁ ଅଧିକ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଛି। ଉନ୍ନତ ସ୍ଵାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଏବଂ ପାରାମେଡିକାଲ ସଂଖ୍ୟାକୁ ସମ୍ପ୍ରସାରିତ କରାଯିବା ସହ ବୋଟ ଆମ୍ବୁଲାନ୍ସ ଏବଂ ଜଳ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି। 

ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଅର୍ଥାତ ନକ୍ସଲ ସମସ୍ୟାର ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇ ଅର୍ଥମନ୍ତ୍ରୀ କିଛି ସମସ୍ୟା ଉପରେ ଭାରତ ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବିଭିନ୍ନ ମୋବାଇଲ ସଂଯୋଗ ଯୋଜନାରେ ମୋବାଇଲ ଟାୱାର ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇ ଶୀଘ୍ର ଶେଷ କରାଯିବା, ସୁରକ୍ଷା ବଳର ଯାତାୟତ ଏବଂ ସେମାନେ ବ୍ୟବହାର କରୁଥିବା ପୋଷ୍ଟ ରକ୍ଷଣା ବେକ୍ଷଣ ପ୍ରସଙ୍ଗ ଉଠାଇଥିଲେ।

ଏହା ସହିତ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଅର୍ଥାତ ନକ୍ସଲ ଗୋଷ୍ଠୀ ସହ ହେଉଥିବା ସଂଘର୍ଷ ସମୟରେ ସୁରକ୍ଷା ବାହିନୀ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବା ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ହୋଇଥିବାରୁ ରାଜ୍ୟକୁ ଏକ ଉତ୍ସର୍ଗୀକୃତ ହେଲିକପ୍ଟର ପ୍ରଦାନ କରିବାକୁ ଦାବି କରିଥିଲେ। ବାମପନ୍ଥୀ ଉଗ୍ରବାଦ ଅର୍ଥାତ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସକ୍ରିୟ ତଥା ସୁଦୃଢ ସୁରକ୍ଷା ବ୍ୟବସ୍ଥା ଏବଂ ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ ଆମ ରାଜ୍ୟର ଆଭିମୁଖ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ନକ୍ସଲ ସମସ୍ୟାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସଂସ୍ଥା ଏବଂ ପଡ଼ୋଶୀ ରାଜ୍ୟ ସହ ସମନ୍ଵୟ ରକ୍ଷା କରି ନିଷ୍ଠାପର ଭାବେ ପ୍ରୟାସ ଜାରି ରଖିବେ ବୋଲି ଏହି ବୈଠକରେ ଯୋଗ ଦେବା ଅବସରରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଥିଲେ। 

ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାର ମାଓ ଦମନ କାର୍ଯ୍ୟକଳାପ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଆସନ୍ତା ବର୍ଷ ସମଗ୍ର ଦେଶରୁ ବାମପନ୍ଥୀ ଉଗ୍ରବାଦର ମୂଳୋତ୍ପାଟନ କରାଯିବ ଏବଂ ରାଜ୍ୟ ସରକାରଙ୍କୁ ଏଥି ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ।