ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର
Advertisement
Article Detail0/zeeodisha/odisha2552147

ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର

Vigilance arrested: ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସବପ୍ଲଟ ରେଜିଷ୍ଟ୍ରି ସେଲ ଡିଡ୍‌ କରିବାକୁ ୨୦ ହଜାର ଟଙ୍କା ଦାବି କରିଥିଲେ ଦେବଜାନୀ। ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ।

ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର

ଭୁବନେଶ୍ଵର: ଗିରଫ ହେଲେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର କନିଷ୍ଠ କିରାଣି। ଲାଞ୍ଚ ମାମଲାରେ ଦେବଯାନୀ କରଙ୍କୁ ଗିରଫ କଲା ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଦେବଯାନୀ କର। 

ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟରୁ ୧୫ଲକ୍ଷ ୮ହଜାର ୫୫୦ଟଙ୍କା ଜବତ କରାଯାଇଛି। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଦେବଯାନୀ ହେଉଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କ ଭଉଣୀ। 

ଭିଜିଲାନ୍ସ ସୂଚନା ଅନୁସାରେ, ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସବପ୍ଲଟ ରେଜିଷ୍ଟ୍ରି ସେଲ ଡିଡ୍‌ କରିବାକୁ ୨୦ ହଜାର ଟଙ୍କା ଦାବି କରିଥିଲେ ଦେବଜାନୀ। ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ପରେ ତାଙ୍କ ଓଲଡ୍ ଟାଉନସ୍ଥିତ ବାସଭବନ ଓ ଅଫିସରେ ଏକକାଳୀନ ସର୍ଚ୍ଚ ହୋଇଥିଲା।