Srimandir: ନୂଆବର୍ଷରୁ ନୂଆ ବ୍ୟବସ୍ଥା ମଧ୍ୟରେ ହେବ ଶ୍ରୀଜୀଉଙ୍କ ଦର୍ଶନ
Advertisement
Article Detail0/zeeodisha/odisha2031425

Srimandir: ନୂଆବର୍ଷରୁ ନୂଆ ବ୍ୟବସ୍ଥା ମଧ୍ୟରେ ହେବ ଶ୍ରୀଜୀଉଙ୍କ ଦର୍ଶନ

Srimandir: ଆସନ୍ତା ନୂଆବର୍ଷରୁ ନୂଆ ବ୍ୟବସ୍ଥା ମଧ୍ୟରେ ଶ୍ରୀଜୀଉଙ୍କ ଦର୍ଶନ ପାଇବେ ଭକ୍ତ।ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଭକ୍ତମାନଙ୍କୁ ଆଉ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ।ସିଂହଦ୍ଵାର ଉନ୍ମୁକ୍ତ ରହିବ।ଏବେ ଯେଉଁ ବ୍ୟାରିକେଡ଼ ଅଛି ତାହାକୁ ହଟାଯିବ।ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ୱତନ୍ତ୍ର ସେଣ୍ଟ୍ରାଲ ଏସି ଟନେଲର ବ୍ଯବସ୍ଥା କରାଯାଇଛି। ବସିବା ପାଇଁ ଷ୍ଟେନଲେସ ଷ୍ଟିଲର ବେଞ୍ଚ ସହ ଧାଡିକୁ ଚଉଡା କରାଯାଇଛି। 

Srimandir: ନୂଆବର୍ଷରୁ ନୂଆ ବ୍ୟବସ୍ଥା ମଧ୍ୟରେ ହେବ ଶ୍ରୀଜୀଉଙ୍କ ଦର୍ଶନ

Srimandir: ଆସନ୍ତା ନୂଆବର୍ଷରୁ ନୂଆ ବ୍ୟବସ୍ଥା ମଧ୍ୟରେ ଶ୍ରୀଜୀଉଙ୍କ ଦର୍ଶନ ପାଇବେ ଭକ୍ତ।ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଭକ୍ତମାନଙ୍କୁ ଆଉ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ।ସିଂହଦ୍ଵାର ଉନ୍ମୁକ୍ତ ରହିବ।ଏବେ ଯେଉଁ ବ୍ୟାରିକେଡ଼ ଅଛି ତାହାକୁ ହଟାଯିବ।ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ୱତନ୍ତ୍ର ସେଣ୍ଟ୍ରାଲ ଏସି ଟନେଲର ବ୍ଯବସ୍ଥା କରାଯାଇଛି। ବସିବା ପାଇଁ ଷ୍ଟେନଲେସ ଷ୍ଟିଲର ବେଞ୍ଚ ସହ ଧାଡିକୁ ଚଉଡା କରାଯାଇଛି। କୌଣସି ଅଘଟଣକୁ ଏଡାଇବା ପାଇଁ ଏକ୍ଜିଟ ଡୋର ରହିଛି। ବିଶ୍ରାମ ନେବାପାଇଁ ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳ ଫ୍ଲୋରକୁ ପ୍ରସ୍ତୁତ କରାଯାଇଛି। ସିଂହଦ୍ୱାର ପର୍ଯ୍ୟନ୍ତ ଷ୍ଟିଲ ଗ୍ରୀଲର ଧାଡି ବ୍ଯବସ୍ଥା କରାଯାଉଛି। ଖାସ କରି ନୂତନ ଭାବେ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ନୂଆ ବାଟାଲିୟନର ପୋଲିସ କର୍ମଚାରୀଙ୍କୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଭଲ ବ୍ୟବହାର ସହ ସୁରକ୍ଷା ଦିଗରେ ତାଲିମ ଦିଆଯିବ।

ସୁରକ୍ଷା ବ୍ୟବସ୍ଥା ସହ ଗହଳି ନିୟନ୍ତ୍ରଣ ଉପରେ ବି ଦିଆଯିବ ତାଲିମ। ଏହି ସ୍ୱତନ୍ତ୍ର ବାଟାଲିୟନରେ ମୋଟ ୧୧୯୦ଜଣ ସୁରକ୍ଷା କର୍ମୀ ରହିବେ। ତେବେ ଏହି ପ୍ରକ୍ରିୟା ପ୍ରାରମ୍ଭିକ ଭାବେ ଆରମ୍ଭ କରାଯାଉଛି।ଆଗକୁ ଭକ୍ତ,ଦର୍ଶନାର୍ଥିଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସହାୟକ ହୋଇପାରିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି।ସେପଟେ ଶ୍ରୀମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ଏହି ସୁରକ୍ଷାକର୍ମୀମାନେ ଡ୍ୟୁଟି କରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଭିଡ ନିୟନ୍ତ୍ରଣଠୁ ଆରମ୍ଭ କରି ରଥଯାତ୍ରାରେ ସାହାଯ୍ୟ ସହଯୋଗ କରିବେ ଏହି ସୁରକ୍ଷାକର୍ମୀ । ମିଳିଥିବା ସୂଚନା ଅନୁଯାୟୀ ଏହି ବାଟାଲିୟନ ଦାୟିତ୍ୱ ବୁଝିବେ ପୁରି ଏସପି । ତେବେ କେବଳ ଶ୍ରୀମନ୍ଦିରରେ ସୁରକ୍ଷା ବଢିବ ତାହା ନୁହେଁ ବରଂ ଅନେକ ନିଯୁକ୍ତି ସୃଷ୍ଟି କରିବ ରାଜ୍ୟ ସରକାରଙ୍କ ଏହି ପଦକ୍ଷପ । ତେବେ କେଉଁ ଆଧାରରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଖୁବଶୀଘ୍ର ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ହେବା ନେଇ ଆଶା କରାଯାଉଛି ।

ନିକଟରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ଭକ୍ତ। ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ ଓ ରାମଦୟା ପରିଷଦ ସମ୍ମୁଖ ଭାଙ୍ଗି ବିପଦ ପୂର୍ଣ୍ଣ ଭାବେ ପ୍ରବେଶ କରିଥିଲେ।ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଭକ୍ତ ତଳେ ପଡି ଆହତ ହୋଇଥିଲେ। ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ବ୍ୟରିକେଡରେ ଆପେକ୍ଷା କରିବା ପରେ ଧର୍ଯ୍ୟ ହରା ହୋଇ ଏଭଳି କରୁଥିବା ଦେଖିବାକୁ ମିଳୁଛି। ସେପଟେ ଟଙ୍କା ନେଇ ଏହି ସବୁ ଗଳା ବାଟରେ ଛାଡୁଥିବାର ଆଭିଯୋଗ ଆଣିଥିଲେ ଭକ୍ତ।

Also Read: Srimandir Darshan Issue:ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼, ଭକ୍ତ ମାନୁନାହାଁନ୍ତି ବ୍ୟାରିକେଡ