Cyclone Michaung Effect: ସରିଯାଇଛି ବାତ୍ୟା, ହେଲେ ଦେଇଯାଇଛି ଅନେକ ଦୁଃଖ..
Advertisement
Article Detail0/zeeodisha/odisha1998536

Cyclone Michaung Effect: ସରିଯାଇଛି ବାତ୍ୟା, ହେଲେ ଦେଇଯାଇଛି ଅନେକ ଦୁଃଖ..

Cyclone Michaung Effect: ବାତ୍ୟା ମିଗଜୋମ ଛାଡ଼ି ଯାଇଛି ସତ। ହେଲେ କରିଛି ଅନେକ କ୍ଷତି। ବିଶେଷ କରି ଚାଷୀ ମାନଙ୍କ ପାଇଁ ବାତ୍ୟା ଏକ ଅଭିଶାପ ପାଲଟିଛି। ବାତ୍ୟା ଯୋଗୁଁ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି। ଜିଲ୍ଲାର ପାଟାଙ୍ଗି, ସେମିଳିଗୁଡା, ନନ୍ଦପୁର, କୋରାପୁଟ,ନାରାୟଣପାଟଣା, ବନ୍ଧୁଗାଁ ଆଦି ବ୍ଲକ ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ଅନେକ କ୍ଷତି ଘଟିଛି। 

Cyclone Michaung Effect: ସରିଯାଇଛି ବାତ୍ୟା, ହେଲେ ଦେଇଯାଇଛି ଅନେକ ଦୁଃଖ..

Cyclone Michaung Effect: ବାତ୍ୟା ମିଗଜୋମ ଛାଡ଼ି ଯାଇଛି ସତ। ହେଲେ କରିଛି ଅନେକ କ୍ଷତି। ବିଶେଷ କରି ଚାଷୀ ମାନଙ୍କ ପାଇଁ ବାତ୍ୟା ଏକ ଅଭିଶାପ ପାଲଟିଛି। ବାତ୍ୟା ଯୋଗୁଁ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି। ଜିଲ୍ଲାର ପାଟାଙ୍ଗି, ସେମିଳିଗୁଡା, ନନ୍ଦପୁର, କୋରାପୁଟ,ନାରାୟଣପାଟଣା, ବନ୍ଧୁଗାଁ ଆଦି ବ୍ଲକ ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ଅନେକ କ୍ଷତି ଘଟିଛି। ପାଟାଙ୍ଗିରେ ସର୍ବାଧିକ ବର୍ଷା ହୋଇଥିବାବେଳେ, ଏହି ବ୍ଲକ ର କୋଟିଆ ରାସ୍ତାରେ ପଥର ଖସି ରାସ୍ତା ଅବୋରୋଧ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପଥର ହଟାଇଛି।

ସେହିପରି କୋଟିଆରେ ଗୋଟିଏ ଘର ଓ ନୂଆଗାଁ ରେ ୩ ଟି ଘର ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ପାଟାଙ୍ଗି ସମେତ ସେମିଳିଗୁଡା, ନନ୍ଦପୁର, ନାରାୟଣପାଟଣା, ଆଦି ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଚାଷ ଜମିରେ ରହିଥିବା ଧାନ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ବର୍ଷା ଯୋଗୁଁ ଧାନ କାଟିବା ପରେ ସୁରକ୍ଷିତ ଜାଗାକୁ ଚାଷୀ ଆଣି ପାରି ନ ଥିବାରୁ ସେହିସବୁ କଟାଧନ ମଧ୍ୟ ନଷ୍ଟ ହୋଇ ଯାଇଛି। ଏପରିକି ଧାନ ଖଳାରେ ଧାନ ପାଲ ମାଧ୍ୟମରେ ଘୋଡାଇ ପାରି ନ ଥିବାରୁ ସେଗୁଡିକ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି।

ସେପଟେ ବାତ୍ୟା ଯୋଗୁ ଚାଷୀଙ୍କ ଫସଲ ଅନେକ ମାତ୍ରାରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାର ଉଦ୍ଧାର ଓ ଋଣ କରି ଚାଷ କରିଥିବା ଚାଷୀ ଋଣ କିପରି ପରିଶୋଧ କରିବେ ଏବେ ସେହି ଚିନ୍ତାରେ ରହିଛି। ଅନ୍ୟପଟେ ନାରାୟଣପାଟଣା ବ୍ଲକ ର ପୋଡାପଦର୍ ପଞ୍ଚାୟତ ର ବୋରିପୁଟ ନିକଟରେ ମାଟି ଓ ପଥର ଗତକାଲି ରାତିରେ ଧସିବାରୁ ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ରାସ୍ତା ଉପରୁ ପଥର ହଟାଇବା କାର୍ଯ୍ୟରେ ଲାଗିଛନ୍ତି।ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ବର୍ଷା ଜନିତ କ୍ଷୟ କ୍ଷତି ଉପରେ ନଜର ରଖି ଆକଳନ ଜାରି ରଖିଛନ୍ତି।

Also Read: Cyclone Update: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା